ଝରକା କାଚ ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ

0
72
ଭାଙ୍ଗି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ମୟୁରଭଞ୍ଜ, (୦୨/୦୭) : ବାରିପଦା ଜଜଙ୍କ ଘରେ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଡ୍ୟୁଟିରୁ ଫେରିବା ପରେ ଘରେ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ ବାରିପଦା ସିଭିଲ କୋର୍ଟର ସିନିୟର ଜଜ୍ ପଲ୍ଲବୀ ରାଣୀ ସାହୁ ।

ଜଜ ବାରିପଦା ସହର ମାଇନିଂ କୋଲନୀ ଠାରେ ରହିଥିବା ସହକାରୀ କ୍ବାର୍ଟର୍ସରୁ ଏହି ଚୋରି ହୋଇଛି । ଘଟଣା ସ୍ଥଳରେ ବାରିପଦା ଟାଉନ ଓ ଭଞ୍ଜପୁର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । କ୍ୱାର୍ଟର୍ସ ପଛପଟୁ ଝରକା କାଚ ଭାଙ୍ଗି ଚୋର ମାନେ ପଶି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରି କରି ନେଇଥିବା ଜଣାପଡ଼ିଛି ।