ପାତାଳି କ୍ଷେତ୍ରରେ ଶ୍ରୀଜୀଉଙ୍କ ନୀଳାଦ୍ରି ବିଜେ ଅନୁଷ୍ଠିତ

0
76
ଅନୁଷ୍ଠିତ

ରିପୋର୍ଟ : ରାଜେଶ ବାଘ
ଉଲୁଣ୍ଡା, (୨/୭) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ଶ୍ରୀ ପାତାଳି କ୍ଷେତ୍ର କୋଟସମଲାଇ ଠାରେ ମହାପ୍ରଭୁଙ୍କ ନିଳାଦ୍ରି ବିଜେ ଅନୁଷ୍ଠିତ ହୋଇଯାଇଛି ।

ପ୍ରଥମେ ଶ୍ରୀ ସୁଦର୍ଶନ ତାପରେ କ୍ରମନ୍ୱୟରେ ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀ ଜଗନ୍ନାଥ ଙ୍କୁ ଗୋଟି ପହଣ୍ଡି କରି ମନ୍ଦିର କୁ ନିଆଯାଇଥିଲା । ଏଥିରେ ଲକ୍ଷ୍ମଣ ନାୟକ ଓ ବିଶେଶ୍ୱର ପାଢୀ ପହଣ୍ଡି ଗୀତ ଗାଇଥିଲେ । ଲକ୍ଷ୍ମୀ ନାରାୟଣ କଳି ଗୀତ ଶ୍ରୀରାମ ପଣ୍ଡା ଓ ବିଶେଶ୍ୱର ପାଢୀ ଗାଇଥିଲେ।ସୁବଳୟା ସଂକିର୍ତ୍ତନ ମଣ୍ଡଳୀ ଓ କୋଟସମଲାଇ ମହିଳା ସଂକୀର୍ତ୍ତନ ମଣ୍ଡଳୀ କୀର୍ତ୍ତନ ପରିବେଷଣ କରିଥିଲେ । ଆରତୀ, ପ୍ରତିଷ୍ଠା ନୀତି ସହ ଚତୁର୍ଦ୍ଧା ବିଗ୍ରହଙ୍କ ରତ୍ନସିଂହାସନ ବିଜେ ହୋଇଥିଲା । ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ।