କାର ଧକ୍କାରେ ୨ ବାଇକ ଆରୋହୀ ମୃତ

0
97
ମୃତ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବାଲେଶ୍ଵର, (୦୩/୦୭) : ଗୋପାଳପୁର ନିମିକି ରାସ୍ତା ଗୋପାଳପୁର ନିକଟସ୍ଥ ନିମଗୋହିର ନିକଟରେ ବାଇକ ସହିତ କାର ଦୁର୍ଘଟଣା ହୋଇଛି ।

ଦୁର୍ଘଟଣାରେ ଦୁଇ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି । ମୃତକ ହେଲେ ହେଲେ ପଣ୍ଡାହରିପୁର ଗ୍ରାମର ନରହରି ସାହୁ ଓ ବରିପଦା ପଞ୍ଚାୟତ ଦୁଳପୁର୍ ଗ୍ରାମର ପରେଶ ଆଚାର୍ଯ୍ୟ । ଦୁହେଁ ଏକ ଆପାଚି ବାଇକ ଯୋଗେ ବାଲେଶ୍ୱର ଯାଉଥିବା ବେଳେ ଗୋପାଳପୁର ନିକଟ ନିମଗୋହିରି ଛକ ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ପରେଶ ଆଚାର୍ଯ୍ୟ ପୋଲିସରେ କାର୍ଯ୍ୟରତ ହାବିଲଦାର ବୋଲି ଜଣାପଡିଛି । ଦୁର୍ଘଟଣା ଘଟାଇଥିବା କାର ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ଏନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।