ମେଗା ରକ୍ତଦାନ ଶିବିର ଅନୁଷ୍ଠିତ

0
80
ମେଗା ରକ୍ତଦାନ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୨/୦୬) : ସୁବର୍ଣ୍ଣପୁର ଜିଲ୍ଲା ର ମାହେଶ୍ୱରୀ ସେନା ର ସକ୍ରିୟ କାର୍ଯ୍ୟକର୍ତ୍ତା ସ୍ୱର୍ଗତ ଅଜିତ ମହାକୁର ଙ୍କ ଆକସ୍ମିକ ସଡ଼କ ଦର୍ଘଟଣା ଓ ବାଲେଶ୍ଵର ଜିଲ୍ଲା ବାହାନଗା ରେ ହୋଇଥିବା ଟ୍ରେନ ଦୁର୍ଘଟଣା ସ୍ମୃତି ଉଦ୍ଦେଶ୍ୟ ରେ ଏକ ମେଗା ରକ୍ତଦାନ ଶିବିର ସ୍ଥାନୀୟ ସରସ୍ବତୀ ଶିଶୁ ମନ୍ଦିର ବୀରମହାରାଜପୁର ଠାରେ ଅନୁଷ୍ଠିତ ହୋଇଯାଇଛି ।

ମେଗା ରକ୍ତଦାନ ଶିବିର ରେ ମୁଖ୍ୟ ଅତିଥି ଭାବରେ ଉପଖଣ୍ଡ ପୋଲିସ ଅଧିକାରୀ ଡୋଲାମଣୀ ଭୋଇ, ବରିଷ୍ଟ ଶିକ୍ଷା ପରାମର୍ଶ ଦାତା ଡ. ପ୍ରଫୁଲ୍ଲ ରଥ ଓ ଜିଲ୍ଲା କୃଷକ ସଂଘର ସଭାପତି ବୈକୁଣ୍ଠ ଶତପଥୀ ଉପସ୍ଥିତ ରହି ଅଜିତ ମହାକୁରଙ୍କ ନିସ୍ୱାର୍ଥ ସେବାକୁ ପ୍ରଶଂସା କରିଥିଲେ । ଏହି ଶିବିର ରେ ସମୁଦାୟ ଜଣେ ମହିଳାଙ୍କ ସମେତ ୫୬ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଏଥିରେ ପଶ୍ଚିମ ଓଡ଼ିଶା ୟୁବାମଞ୍ଚ, ମାହେଶ୍ୱରୀ ସେନା, ଜିଲ୍ଲା ରକ୍ତଦାତା ଓ ସ୍ଥାନୀୟ ଆକାଶ, ପ୍ରତ୍ୟୁଷ ରଂଜନ ଗୁରୁଜୀ ମାନେ ସହଯୋଗ କରିଥିଲେ । ଡ଼. ବିଶ୍ଵନାଥ ରଥ ରକ୍ତ ଦାତା ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ସୁବର୍ଣ୍ଣପୁର ଜିଲ୍ଲାର ଟେକ୍ନିସିଏନ ଟିଟୁ ଭୋଇ, କାଉନସିଲର ଜଗତ ଦରୁଅନ, ଯୁଧିଷ୍ଠିର ନାଏକ ରକ୍ତ ସଂଗ୍ରହ କରିଥିଲେ । ଶେଷ ରେ ଜିଲ୍ଲା ରକ୍ତ ଦାତା ସେବା ସଂଘ ସଭାପତି ମନୋଜ ପଣ୍ଡା ସମସ୍ତ ରକ୍ତ ଦାତା ଙ୍କୁ ପ୍ରମାଣପତ୍ର ଦେଇ ଉତ୍ସାହିତ କରିଥିଲେ । ମାହେଶ୍ୱରୀ ସେନାର , ଜିତେନ୍ଦ୍ର ମେଣ୍ଡିଲି, ବିକାଶ ମହାକୁର, ଚୈତନ୍ୟ ପ୍ରଧାନ, ଅର୍ଜୁନ ପଧାନ, ତପନ ନାଏକ, ସୁବ୍ରତ କର୍ଣ୍ଣ ପ୍ରମୁଖ ସହଯୋଗ କରିଥିଲେ l