Best News : 5T ସଚିବ ଭି.କେ ପାଣ୍ଡିଆନ ଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ

2
101
5T ସଚିବ

ରିପୋର୍ଟ : ରାଜେଶ ବାଘ
ଉଲୁଣ୍ଡା, (୪/୭) : ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆଜି 5T ସଚିବ ଭି.କେ ପାଣ୍ଡିଆନ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ କରିଛନ୍ତି ।

: 5T ସଚିବ ଭି.କେ ପାଣ୍ଡିଆନ ପ୍ରଥମେ ପାତାଳି କ୍ଷେତ୍ର ରେ ପହଞ୍ଚି ମହାପ୍ରଭୁ ଜଗନ୍ନାଥ ଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ପାତାଳି କ୍ଷେତ୍ର ରେ ପାଣ୍ଡିଆନ ଙ୍କୁ ସ୍ୱାଗତ କରାଯାଇଥିଲା । ଖୁବଶୀଘ୍ର ଏହି ପୀଠର ବିକାଶ କରାଯିବ ବୋଲି କହିଥିଲେ । ତା ପରେ ଉଲୁଣ୍ଡା କଲେଜ ପଡିଆ ରେ ସାଧାରଣ ସଭା ରେ ଯୋଗ ଦେଇ ଲୋକଙ୍କ କଥା ବୁଝିଥିଲେ । ତା ପରେ ଚଡେଇପଙ୍କ ରେ ମେଗାଲିଫ ପଏଣ୍ଟ ପରିଦର୍ଶନ କରିଥିଲେ । ପରେ ବିନିକା ର ଦର୍ଶନୀୟ ସ୍ଥାନ ପାପ କ୍ଷୟ ଘାଟ, ଭୀମ ଭୋଇ ସମାଧି ପୀଠ ଖଲିଆପାଲି, ଗଙ୍ଗାଧର 5T ହାଇସ୍କୁଲ ସାଗରପାଲି, ସହେଲା, ରାମେଶ୍ବର ଘାଟ, ରାମେଶ୍ବର ଷ୍ଟାଡିୟମ, ଇନଡୋର ଷ୍ଟାଡିୟମ, ସୁରେଶ୍ଵରୀ ମନ୍ଦିର, ସୁବର୍ଣ୍ଣମେରୁ ମନ୍ଦିର, ରିଂ ରୋଡ, ଝିଙ୍କି ଆଦି ସ୍ଥାନ ପରିଦର୍ଶନ କରିଥିଲେ । ଜିଲ୍ଲା ର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟ ଆଦି ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ ।

2 COMMENTS

Comments are closed.