ଶିରିଡ଼ି ସାଇବାବା ମନ୍ଦିର ରେ ମହା ଆଡ଼ମ୍ବରରେ ପବିତ୍ର ଗୁରୁ ପୂର୍ଣ୍ଣିମା ପାଳିତ

0
175

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୭/୫) : ଏହି ଅବସରରେ ପ୍ରାତଃ ୫ କୁ ମନ୍ଦିର ଦ୍ଵାର ଖୋଲା ଯାଇଥିଲା । ୫.୩୦କୁ ମଙ୍ଗଳ ଆଳତି ତାପରେ ଶିରିଡ଼ି ସାଇବାବାଙ୍କୁ କ୍ଷୀର ଦ୍ଵାରା ଅଭିଷେକ କରାଯାଇଥିଲା ।WhatsApp Image 2023 07 04 at 13.54.04 ଶିରିଡ଼ି ସାଇବାବା ମନ୍ଦିର ରେ ମହା ଆଡ଼ମ୍ବରରେ ପବିତ୍ର ଗୁରୁ ପୂର୍ଣ୍ଣିମା ପାଳିତ

ଏବଂ ଜଗତର ମଙ୍ଗଳ କାମନା କରି ପବିତ୍ର ବେଦ ମନ୍ତ୍ର ଉଚ୍ଚାରଣ ସହ ହୋମ ଯଜ୍ଞ ଆରମ୍ଭ ହୋଇଥିଲା । ମନ୍ତ୍ର ଉଚ୍ଚାରଣ ର ଧ୍ଵନି ଏବଂ ହୋମଯଜ୍ଞ ର ଧୁନି ଦ୍ଵାରା ସଂପୂର୍ଣ୍ଣ ଅଞ୍ଚଳ ଗୋଟିଏ ପ୍ରକାର ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଥିଲା । ପବିତ୍ର ଗୁରୁ ପୂର୍ଣ୍ଣିମା ନିମନ୍ତେ ମନ୍ଦୀର କୁ ଆସୁଥିବା ଶ୍ରଦ୍ଧାଳୁ ମାନଙ୍କୁ ମନ୍ଦୀର ପକ୍ଷରୁ ମାନବ ସେବା ହିଁ ମାଧବ ସେବା ଶିରିଡ଼ି ସାଇବାବା ଙ୍କ ଏହି ଶବ୍ଦ କୁ ସାକାର କରିବା ପାଇଁ “ନାରାୟଣ” ସେବା ଦ୍ଵାରା ପ୍ରାୟ ପାଞ୍ଚ ହଜାର ଭକ୍ତ ଏବଂ ସାଧାରଣ ଲୋକଙ୍କ ପାଇଁ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା । ସନ୍ଧ୍ୟା ସମୟରେ ଦୀପ ପ୍ରଜ୍ଜ୍ୱଳନ କାର୍ଯ୍ୟକ୍ରମ ଦ୍ଵାରା ହଜାର ହଜାର ଭକ୍ତ ସାମିଲ ହୋଇ ଦୀପ ଜଳାଇ ମନ୍ଦୀର ଚତୃପାର୍ଶ୍ଵକୁ ଆଲୋକରେ ଆଲୋକିତ କରିଥଲେ । ପରେ ପରେ ଶିରିଡ଼ି ସାଇବାବା ଙ୍କ ପ୍ରତିମୂର୍ତ୍ତି କୁ ସୁସଜ୍ଜିତ ପାଲିଙ୍କିରେ ଧରି ଭଜନ କୀର୍ତନ ସହ ନଗର ପରିକ୍ରମା କରିଥିଲେ ।

ପବିତ୍ର ଗୁରୁ ପୂର୍ଣ୍ଣିମା ବିଶେଷ ଦିନ ଥିବାରୁ ଭାରି ଭିଡ଼ ଲାଗି ରହିଥିବା ହେତୁ ସାଇ ବାବାଙ୍କ ସେଜ ଆଳତି ରାତ୍ର ୧୦ କୁ କରାଯାଇ ମନ୍ଦିର ବନ୍ଦ କରାଯାଇଥିଲା । ଗୁରୁ ପୂର୍ଣ୍ଣିମା ଦିନ ବିଶେଷ ଭାବରେ ସମସ୍ତ ନୀତିକାନ୍ତି ମନ୍ଦିରର ମୁଖ୍ୟ ପୂଜକ ‘ପାଣ୍ଟିନା ମୁରଲୀ କ୍ରିଷ୍ଣା’ ସୂଚାରୁ ରୁପେ ତୁଲାଇ ଥିବା ବେଳେ ଶ୍ରିନୁ ପ୍ରସାଦ ସହାୟକ ପୂଜକ ନିତିକାନ୍ତି ତୁଲାଇବା ସହୋଜଗ କରିଥିଲେ । ସେହିଭଳି ଏତେ ବଡ ଭବ୍ୟ ଆୟଜନ ସୁରୁଖୁରୁରେ ଏବଂ ସୂଚାରୁ ରୁପେ ତୁଲାଇବା ଗିରିଶ ପଟ୍ଟନାୟକ, ଡି.ପି.ବାବୁ, ବିଜୟ ପଣ୍ଡା, ଶିବାଜି, ଚିକୁ ଜେନା, ମନ୍ଦିର କମିଟି ପ୍ରତ୍ୟେକ ସଦସ୍ୟ ଏବଂ ସ୍ଥାନୀୟ ଲୋକ ଯୋଗ ଦେଇଥିଲେ । ସେହିଭଳି ଶାନ୍ତି ଶୃଙ୍ଖଳା ରକ୍ଷା ଏବଂ ସମସ୍ତ ପ୍ରକାର ଅପ୍ରତିକର ଘଟଣାକୁ ଏଡ଼ାଇବା ନିମନ୍ତେ ରାୟଗଡା ଟାଉନ୍ ଥାନା ପୋଲିସ ନିୟଜିତ ଥିବା ସହ ସିସି ଟିଭି ମାଧ୍ୟମରେ ମଧ୍ୟ ନଜର ରଖାଯାଉଥିଲା ବୋଲି ମନ୍ଦିର ପରିଚାଳନା କମିଟି ପକ୍ଷରୁ ସୂଚନା ମିଳିଛି ।