1. Big News : ଅଭିଯୋଗ ଜନ ଶୁଣାଣି ରେ ଭିନ୍ନକ୍ଷମ ଝିଅ କୁ ୨୫୦୦୦ ଟଙ୍କା ଜିଲ୍ଲାପାଳ ପ୍ରଦାନ କରିଛନ୍ତି

0
76
ଅଭିଯୋଗ

ରିପୋର୍ଟ : ନରୋତ୍ତମ ପାଢ଼ୀ
ରାୟଗଡ଼ା, (୩/୭) : ଅଭିଯୋଗ ଜନ ଶୁଣାଣି ରେ ଭିନ୍ନକ୍ଷମ ଝିଅ କୁ ୨୫୦୦୦ ଟଙ୍କା ଜିଲ୍ଲାପାଳ ପ୍ରଦାନ କରିଛନ୍ତି ।

ଅଭିଯୋଗ ଜନ ଶୁଣାଣି ରେ ଭିନ୍ନକ୍ଷମ ଝିଅ କୁ ୨୫୦୦୦ ଟଙ୍କା ଜିଲ୍ଲାପାଳ ପ୍ରଦାନ କରିଛନ୍ତି : ରାୟଗଡା ଜିଲ୍ଲାରେ ଆୟୋଜନ ହୋଇଥିବା କଲେକଟର ଗ୍ରୀଭାନ୍ସରେ ରାୟଗଡା ଜିଲ୍ଲା କୋଲନରା ବ୍ଲକର ବଡ଼ଖୀଲାପଦର ପଞ୍ଚାୟତ ରାଖୀ କଣ୍ଡାଗରୀ, ପି- ବୈରାଗୀ କଣ୍ଡାଗରୀ, ମା–ପରେବେସି କଣ୍ଡାଗରୀ ଗୋଟିଏ ଗରିବ ପରିବାର । ରାଖୀ ଜଣେ ଦିବ୍ୟାଙ୍ଗ ହୋଇଥିବାରୁ ତାଙ୍କର ଏକ ଅପରେସନ କରିବାର ଅଛି । ଯାହା ପାଇଁ ଅର୍ଥ ବାଧକ ସାଜିଛି । ଏହି ଖବର ପାଇ ରାୟଗଡ଼ା ଭିନ୍ନ କ୍ଷମ ମହାସଂଘର ଉପସଭାପତି ଶ୍ରୀଯୁକ୍ତ ସନ୍ତୋଷ କୁମାର ମହାପାତ୍ର ରାଖୀ ଓ ତାଙ୍କ ମା ଙ୍କୁ ନେଇ ଗ୍ରୀଭାନ୍ସକୁ ନେଇ କଲେକଟରଙ୍କୁ ଦେଖା କରିଥିଲେ । ଉକ୍ତ ଝିଅ ପ୍ରତି ଜିଲ୍ଲାପାଳ ମେଡମ ଦୟାପରବସ ହୋଇ ୨୫୦୦୦ ଟଙ୍କାର ସାହାଯ୍ୟ କରିଥିଲେ । ଏହି ସାହାଯ୍ୟ ପାଇବା ପରେ ଅପେରସନ ପାଇଁ ସୁବିଧା ହୋଇଥିବାରୁ ରାଖୀ ଓ ତାଙ୍କ ମାଆ ଖୁସିରେ ଘରକୁ ଫେରିଥିଲେ ।