1. Big News : ହେଲମେଟ୍ ପିନ୍ଧି ରୋଗୀ ସେବା : ଇଏ ହେଉଛି ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ସେବା

0
80
ହେଲମେଟ୍

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗୀର, (୦୫/୦୭) : ବିଶ୍ଵସ୍ତରୀୟ ସ୍ଵାସ୍ଥ୍ୟ ସେବାକୁ ଶକ୍ତ ଧକ୍କା । ହେଲମେଟ୍ ପିନ୍ଧି ରୋଗୀ ସେବା କରୁଛନ୍ତି ଡାକ୍ତର । ଏଭଳି ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ଉପାନ୍ତ ଖପ୍ରାଖୋଲ ବ୍ଲକର ଧଣ୍ଡାମୁଣ୍ଡା ଡାକ୍ତରଖାନାରେ ।

ହସ୍ପିଟାଲ କୋଠା ପୁରୁଣା ହୋଇଥିବାରୁ ଛାତର ସ୍ଲାବ ଖଣ୍ଡ ଖଣ୍ଡ ହୋଇ ପଡୁଛି । ପୁରୁଣା କୋଠାରେ ଭୟ ଥିବାରୁ ବାଧ୍ୟ ହୋଇ ହେଲମେଟ୍ ପିନ୍ଧି ରୋଗୀ ସେବା ଚାଲିଛି । ଏପରି କି ସୋମବାର ଦିନ କାର୍ଯ୍ୟରତ କମ୍ପାଉଣ୍ଡର ସୁମନ୍ତ ନାଏକ ରୋଗୀଙ୍କୁ ଔଷଧ ଦେଉଥିବା ସମୟରେ ଛାତ ସ୍ଲାବ ପଡିଯାଇଥିଲା ଓ ସେ ଅଳ୍ପକେ ବଡ଼ ଅଘଟଣରୁ ବର୍ତ୍ତି ଯାଇଥିଲେ । ସ୍ଲାବ ପଡ଼ିବାରୁ ରୋଗୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ଏପରି କ୍ଷେତ୍ରରେ ରୋଗୀ ସେବା କରିବାକୁ ସୁରକ୍ଷିତ ମଣୁ ନାହାନ୍ତି କାର୍ଯ୍ୟରତ କର୍ମଚାରୀ ଓ ଡାକ୍ତର । ଏ ନେଇ ବିଭାଗୀୟ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ଅଭିଯୋଗ ହୋଇଛି । ଏହି ଡାକ୍ତରଖାନା ଉପରେ ହଜାର ହଜାର ଲୋକ ନିର୍ଭର କରିଥାନ୍ତି । ଅସୁରକ୍ଷିତ କୋଠାକୁ ତୁରନ୍ତ ମରାମତି କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।