1. Big News : 5T ସଚିବ ଙ୍କ ଗସ୍ତକୁ ବିରୋଧ କରି ଗାଡିକୁ ଆଣ୍ଡାମାଡ କଳା ଆମ ଆଦମୀ ପାର୍ଟି

0
81
5T ସଚିବ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୦୪/୦୭) : ଆଜି ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଅଛନ୍ତି ମୁଖ୍ୟ ମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ ତଥା 5T ସଚିବ ଭି.କେ. ପାଣ୍ଡିଆନ lWhatsApp Image 2023 07 05 at 10.56.06 1. Big News : 5T ସଚିବ ଙ୍କ ଗସ୍ତକୁ ବିରୋଧ କରି ଗାଡିକୁ ଆଣ୍ଡାମାଡ କଳା ଆମ ଆଦମୀ ପାର୍ଟି

ପ୍ରଥମରେ ଉଲୁଣ୍ଡା ବ୍ଲକ କୋଟସମଲେଇ ସ୍ଥିତ ପାତାଳି ଶ୍ରୀକ୍ଷେତ୍ର ପାଣ୍ଡିଆନ ପହଞ୍ଚି ଥିଲେ ସେଠାରୁ ଉଲୁଣ୍ଡା ଗସ୍ତ କରୁଥିବା ବେଳେ ତାଙ୍କ ଗାଡିକୁ ଆଣ୍ଡାମାଡ ହୋଇଥିଲା l ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ ବେଳେ 5T ସଚିବଙ୍କ ଗସ୍ତକୁ ବିରୋଧ କରି ଗାଡିକୁ ଆଣ୍ଡାମାଡ କଳା ଆମ ଆଦମୀ ପାର୍ଟିର କର୍ମ କର୍ତା l କୋଟସମଲେଇ ରୁ ଉଲୁଣ୍ଡା ଆସୁଥିବା ରାସ୍ତାର କ୍ଷମାଲୋ ନିକଟରେ ପାଣ୍ଡିଆନ ଙ୍କ କାରକେଡ଼ କୁ ଆଣ୍ଡାମାଡ ସହ କଳାପତାକା ପ୍ରଦର୍ଶନ କରିଥିଲେ l

ଅନ୍ୟ ପଟରେ ଜିଲ୍ଲା ଭାଜପା ଦଳ ପକ୍ଷରୁ ପାଣ୍ଡିଆନ ଙ୍କ ଗସ୍ତ କୁ ବିରୋଧ କରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହିତ ପାଣ୍ଡିଆନ ବିରୋଧ ସ୍ଲୋଗାନ ଦେଇ ଗୋ ବେକ ପାଣ୍ଡିଆନ ସ୍ଲୋଗାନ ଦେଉଛନ୍ତି । 5T ସଚିବ ପାଣ୍ଡିଆନ ଙ୍କ ଗସ୍ତ ନେଇ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡା କଡ଼ି କରାଯାଇଥିବା ଦେଖିବାକୁ ମିଳିଛି l