ଜନ୍ମିତ ଝିଅକୁ ୯୦ହଜାର ଟଙ୍କା ରେ ବିକ୍ରୀ କରି ପ୍ରେମିକ ସହ ମହିଳା ଫେରାର – Shocking News-The 1 girl was sold for 90 thousand rupees

0
110
ଜନ୍ମିତ ଝିଅ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୦୮/୦୭) : ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ନିକଟସ୍ଥ ସିକେର ଗ୍ରାମର ଜଣେ ମହିଳା ୯୦ ହଜାର ଟଙ୍କାରେ ନିଜ ଜନ୍ମିତ ଝିଅ କୁ ବିକ୍ରୀ କରି ପ୍ରେମିକ ସହ ଫେରାର ହୋଇ ଯାଇଥିବା ଭଳି ଗୁରୁତର ଅଭିଯୋଗ ହୋଇଛି ।WhatsApp Image 2023 07 10 at 11.43.38 ଜନ୍ମିତ ଝିଅକୁ ୯୦ହଜାର ଟଙ୍କା ରେ ବିକ୍ରୀ କରି ପ୍ରେମିକ ସହ ମହିଳା ଫେରାର - Shocking News-The 1 girl was sold for 90 thousand rupees

ଜନ୍ମିତ ଝିଅ ବିକ୍ରୀ – ସୂଚନାନୁଜାୟୀ ଟିଟିଲାଗଡ ଥାନା ଅନ୍ତର୍ଗତ ସିକେର ଗ୍ରାମର ସେବତୀ ସାହୁ (୪୦) ଙ୍କୁ ଟିଟିଲାଗଡ ୱାର୍ଡ ନଂ-୩ ନିବାସୀ ସୁଦାମ ସାହୁ ବିବାହ କରିଥିଲେ । ଗତ ପ୍ରାୟ ଛଅ ମାସ ତଳେ ବାହ୍ୟ ରାଜ୍ୟ ରୁ ଜଣେ ଯୁବକ ଯିଏ କି ଦାଦନ ଶ୍ରମିକ ନେବାକୁ ଆସେ ତା ସହ ସୁଦାମ ଙ୍କ ସ୍ତ୍ରୀ ସେବତୀ ର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ।

ଏ ନେଇ ସୁଦାମ ବିରୋଧ କରିବା ଯୋଗୁଁ ସେ ତାଙ୍କ ମାଆ ଘର ସିକେର କୁ ନିଜ ଝିଅ ସୁମିତ୍ରା ଛଦ୍ମନାମ ସହ (ବ-୨୧) ଚାଲିଯାଇ ଥିଲେ । ପରେ ସୁଦାମ ଉକ୍ତ ସିକେର ଯାଇ ନିଜ ଝିଅକୁ ଦେଖା କରିଆସୁଥିଲେ । ସେହି ସମୟ ସୀମା ମଧ୍ୟରେ ଉକ୍ତ ଦଲାଲ ଓ ସୁଦାମ ଙ୍କ ସ୍ତ୍ରୀ ତଥା ପ୍ରତିମା ସାହୁ ନାମ୍ନୀ ଜଣେ ମହିଳା ସୁଦାମଙ୍କ ଝିଅ ସହ ମିଶି ବମ୍ୱେକୁ ଚାଲି ଯାଇଥିଲେ । ଏ ନେଇ ସୁଦାମ ତାଙ୍କ ସ୍ତ୍ରୀ ଓ ତାଙ୍କ ଝିଅ ଫେରାର ହୋଇ ଯାଇଥିବା ଓ ତାଙ୍କ କିଛି ସୂଚନା ନ ମିଳିବା ନେଇ ଟିଟିଲାଗଡ ଥାନା ରେ ଲିଖିତ ଅଭିଯୋଗ କରିଥିଲେ ।

ପ୍ରାୟ ୧୫ ଦିନ ପରେ ସୁଦାମ ଙ୍କ ସ୍ତ୍ରୀ ଓ ତାଙ୍କ ଝିଅ ପୁନଃ ସିକେର ଚାଲିଆସିଥିଲେ। ହେଲେ ଗତ ପାଞ୍ଚ ତାରିଖ ଦିନ ସୁଦାମଙ୍କ ସ୍ତ୍ରୀ ଓ ଝିଅ କେଉଁ ଆଡ଼େ ନିଖୋଜ ହୋଇଯାଇଥିବା ବେଳେ ଉକ୍ତ ଅନୈତିକ ପ୍ରେମ ସମ୍ପର୍କ ଥିବା ଯୁବକ ସୁଦାମକୁ ୩୦ ହଜାର ଟଙ୍କା ଦେବା ଓ ତାଙ୍କ ଝିଅକୁ ବିବାହ କରି ଭଲ ଭାବେ ରଖିବା ସହ ଥାନାରେ ଏତଲା ନ ଦେବାକୁ କହିଥିଲା ।

ହେଲେ ସୁଦାମ ମନା କରି ତାଙ୍କ ଝିଅ କୋଉଠି ଅଛି ତାହା ଜଣେଇବା କୁ କହିଥିଲେ । ହେଲେ ଓଲଟା ସେ ଧମକ, ଚମକ ଦେଇ ତୋ ସ୍ତ୍ରୀ କୁ ମୁଁ ବାହା ହେଇଛି ତତେ ଯୌତୁକ ନିର୍ଯାତନା ଅଭିଯୋଗ ରେ ଜେଲ ପଠେଇ ଦେବୀ ବୋଲି କହି ଥିବା ସୁଦାମ ପ୍ରକାଶ କରିଛନ୍ତି । ବର୍ତ୍ତମାନ୍ ସୁଦାମ ଙ୍କ ସ୍ତ୍ରୀ ଓ ଉକ୍ତ ଦଲାଲ ମିଶି ତାଙ୍କ ଜନ୍ମିତ ଝିଅ କୁ ୯୦ ହଜାର ଟଙ୍କା ରେ ବିବାହ କରେଇ ଥିବା ଓ ଦୁଇ ଲକ୍ଷ ଦେଲେ ତୋ ଝିଅ କୁ ପାଇବୁ ବୋଲି ଫୋନ୍ ଯୋଗେ କହିବା ସେ ପ୍ରକାଶ କରିଛନ୍ତି ।

ଏହି ଭଳି ଟିଟିଲାଗଡ ଥାନା ଅଞ୍ଚଳ ରେ ବିବାହ ପ୍ରଲୋଭନ ଦେଖାଇ ନାମକୁ ମାତ୍ର କିଛି ଟଙ୍କା ଦେଇ କିଛି ଦଲାଲ ଙ୍କ ଜରିଆରେ ଅନୈତିକ କାର୍ଯ୍ୟକଳାପ ରେ ଲିପ୍ତ କରୁଥିବା ଜଣାଯାଇଛି । ସେହିପରି ବଲାଙ୍ଗୀର ଜିଲ୍ଲାର ପନଡ୍ରିପାଣି, ଅର୍ଶ।ତୁଲା, କୁର୍ସୁଡ, ଟିକ୍ରାପଡ଼ା, ଗୁଡିଘାଟ ଅଞ୍ଚଳ ରୁ ଏହି ଭଳି ଅନେକ ଘଟଣା ନଜର କୁ ଆସୁଛି । ଟିଟିଲାଗଡ ଥାନା ରେ ସୁଦାମ ଙ୍କ ଏତଲା ପୂର୍ବରୁ ଦେବା ସତ୍ତ୍ବେ କୌଣସି ମାମଲା ରୁଜ୍ଜୁ ନ କରିଥିବା ଅଭିଯୋଗ କରି ଟିଟିଲାଗଡ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀମତି ଅଙ୍କିତା କୁମ୍ଭାର ଙ୍କ ନିକଟରେ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗ ନେଇ ତୁରନ୍ତ ସବିଶେଷ ତଦନ୍ତ ସହ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବା ପାଇଁ ଥାନା ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣା ଯାଇଛି ।