ଯୁବ ସାମ୍ବାଦିକଙ୍କୁ ତିନି ଜଣ ଦୁର୍ବୁର୍ତ୍ତ ମୋଟର ସାଇକେଲରେ ଆସି ମରଣାତ୍ମକ ଆକ୍ରମଣ

0
110

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପୁରୀ, (୧୦/୦୭) : ଗତକାଲି ବିଳମ୍ବିତ ରାତିରେ କୋଣାର୍କ ଅଂଚଳର ଜଣେ ଯୁବ ସାମ୍ବାଦିକଙ୍କୁ ତିନି ଜଣ ଦୁର୍ବୁର୍ତ୍ତ ଏକ ମୋଟର ସାଇକେଲରେ ଆସି ଅଚାନକ ମରଣାତ୍ମକ ଆକ୍ରମଣ କରିଛନ୍ତି ।

ଗୁରୁତର ଅବସ୍ଥାରେ ପ୍ରଥମେ କୋଣାର୍କ ପରେ ଗୋପ ମେଡିକାଲରେ ଭତ୍ତି । ସୂଚନା ଥାଉକି କୋଣାର୍କ ର ଯୁବ ସାମ୍ବାଦିକ ଦୁର୍ଗା ପ୍ରସାଦ ମହାପାତ୍ର ନିଜର କୌଣସି ଏକ କାର୍ଯ୍ୟରେ କୋଣାର୍କ ବସଷ୍ଟାଣ୍ଡ ରୁ ରିଙ୍ଗ ରୋଡ଼ ଯାଇଥିବା ରାସ୍ତା ରେ ଗୁରୁକୃପା ଲଜ ସମ୍ମୁଖରେ ଛିଡା ହୋଇ ତାଙ୍କର ଜଣେ ବନ୍ଧୁ ଙ୍କ ସହିତ କଥାବାର୍ତ୍ତା ହେଉଥିଲେ । ସହି ସମୟରେ ଅଚାନକ ଏକ ମଟର ସାଇକେଲ OR-02Z-6609 ରେ ଦୁଇ ଯୁବକ ଆସି ଅଶଭ୍ୟ ଭାଷାରେ ଗାଳି ଗୁଳଜ କରି ତତକ୍ଷଣାତ ସେଠାରୁ ପଳାଇଯିବା ଦେଖିବାକୁ ମିଳିଥିଲା ।

କିଛି ସମୟ ପରେ କିଛି ମୁହୂର୍ତ୍ତରେ ପୁଣି ଏକ ମଟର ସାଇକେଲ ରେ ତିନି ଜଣ ଅଚିହ୍ନନା ଯୁବକ ଆସି ସେଠାରେ ପହଁଚି ଯୁବସାମ୍ବାଦିକ ଶ୍ରୀ ମହାପାତ୍ର ଓ ତାଙ୍କ ସାଙ୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ ପଥର ଓ ଇଟା ଫୋପାଡ଼ି ବା ସହ ଗୋଇଠା ମାରି ଫେରାର ହୋଇଥିଲେ । ଗୁରୁତର ଭାବେ ଆହତ ହୋଇ ସାମ୍ବାଦିକ ଜଣଙ୍କ ସେଠାରେ ପଡି ରହିଥିଲେ । ସେହି ବାଟଦେଇ ଜାତାୟତ କରୁଥିବା ସ୍ଥାନୀୟ ଯୁବକ ଓ ପର୍ଯ୍ୟଟକମାନଙ୍କ ଦ୍ୱାରା ଉନ୍ଧାର ହୋଇ ସାମ୍ବାଦିକ ଜଣଙ୍କ ପ୍ରଥମେ କୋଣାର୍କ ପରେ ଗୋପ ମେଡିକାଲ ରେ ଚିକିତ୍ସା କରାଯାଇଛି । ଏ ନେଇ କୋଣାର୍କ ଥାନାରେ ଲିଖିତ ଅଭିଯୋଗ ପରେ କୋଣାର୍କ ପୋଲିସ ବିଭିନ୍ନ ଲଜ ଓ ଛକରେ ଛାପାମାରିଛି । ଏବେ ଦୃବୁତ ଙ୍କ କିପରି ମାରିଛନ୍ତି । ସବୁ ସିସିଟିଭି ରେ କଏଦେ ହୋଇଛି। ପୋଲିସ ସିସିଟିଭି ଦେଖି ଦୃବୁତଙ୍କୁ ଖୋଜ ଚଲାଇଛି । ଖୁବ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି କୋଣାର୍କ iic ସୂଚନା ଦେଇଛନ୍ତି l