ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଉଦ୍ଘାଟିତ

0
63

ରିପୋର୍ଟ : ନରୋତ୍ତମ ପାଢ଼ୀ
ବିଷମ କଟକ, (୧୨/୭) : ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ ର ହାଟ ମୁନିଗୁଡା ପଞ୍ଚ।ୟତ ସଦର ମହକୁମା ଠାରେ ୫୫ ଲକ୍ଷ ବ୍ୟୟ ଅଟକଳରେ ନିର୍ମିତ ଏକ ସୁଦୃଢ଼ ଓ ସୁନ୍ଦର ଏକ କଲ୍ୟାଣ ମଣ୍ଡପ ର ଉଦ୍ଘାଟନ କାର୍ଯ୍ୟକ୍ରମ ବୈଦିକ ରୀତି ନିତୀ ଓ ପୂଜାର୍ଚ୍ଚନା ସହ ଉଦ୍ଘାଟନୀ ପାଳନ ହୋଇଯାଇଛି ।

ସ୍ଥାନୀୟ ଆଇନ ମନ୍ତ୍ରୀ ତଥା ଜିଲ୍ଲାପାଳ ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଜୋଜ ନା ଅଧ୍ୟକ୍ଷ ଶ୍ରୀ ସୁଧୀର ଦାସ ଙ୍କ ସମେତ ବ୍ଲକ ଚେୟାର ମ୍ୟାନ, ସରପଞ୍ଚ ତଥା ଅନେକ ବିଜେଡି ନେତୃବୃନ୍ଦ ଓ ଗ୍ରାମ ବାସୀ ଅତି ଆନନ୍ଦ ଉଲ୍ଲାସ ର ସହିତ ନେତୃବୃନ୍ଦ ଙ୍କ ଭବ୍ୟ ସ୍ୱାଗତ କରିଥିବାବେଳେ ବ୍ଲକ ଚେୟାରମ୍ୟାନ ରିବନ କାଟି ଉଦଘାଟନ କରିଛନ୍ତି । ସ୍ଥାନୀୟ ଠିକାଦାର ଶ୍ରୀ ଅନୀଲ ତାରିଣୀ ଙ୍କ ସତ ଉଦ୍ୟମରେ ନିର୍ମାଣ ହୋଇଥିବା ଏଇ ସୁନ୍ଦର କଲ୍ୟାଣ ମଣ୍ଡପ ର ଉଚ୍ଚ ମାନର କାର୍ଯ୍ୟ ପନ୍ଥା କୁ ବୁଦ୍ଧିଜୀବୀ ମହଲ ରେ ପ୍ରଶଂସା ର ପାତ୍ର ହୋଇ ଥିବା ଚର୍ଚ୍ଚା ଚାଲିଛି ।