ବହୁଦିନ ର ଦାବୀ : ରାଜ୍ୟ ରାଣୀ ଟ୍ରେନ ଅଟକିବ

0
90

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୪/୭) : ଦୀର୍ଘ ଦୁଇବର୍ଷ ହେଲା ରାଉରକେଲା ଗୁଣୁପୁର ରାଜ୍ୟ ରାଣୀ ଏକ୍ସପ୍ରେସ କାଶୀନଗର ବିଜ୍ଞ୍ୟାପିତ ଅଞ୍ଚଳ ପରିଷଦ ଦେଇ ଯାଉଥିଲେ ମଧ୍ୟ ଏଠାରେ ଅଟକୁ ନ ଥିଲା, ଏବେ କିନ୍ତୁ ଡି ଆର ଏମ ଙ୍କ ଚିଠି ପରେ ଏହି ଆଶା ଏବେ ପୂରଣ ହେବାକୁ ଯାଉଛି ।

କାଶୀନଗର ବ୍ଲକ ଓ ଏନ ଏ ସି ଦେଇ ରାଜଧାନୀ କୁ ଯୋଗାଯୋଗ କରୁଥିବା ଏହି ରାଜ୍ୟ ରାଣୀ ଏକ୍ସପ୍ରେସ ଏହି ରାସ୍ତା ରେ ଯାଉଥିଲେ ସୁଦ୍ଧା ଅଟକୁ ନ ଥିଲା, ଏନେଇ କାଶୀନଗର ନାଗରିକ ମଞ୍ଚ ର ଏମ ଶ୍ରୀନୁ, ପ୍ରଶାନ୍ତ ମିଶ୍ର, କେ ରମା ରାଓ, ଏମ ସୁଜନ , ରବି ପଣ୍ଡା, ପ୍ରଶାନ୍ତ ସାହୁ, ତ୍ରିନାଥ ନାୟକ, ସାମ୍ବାଦିକ ରାଜେଶ ପଟନାୟକ, ଟି କ୍ରିଷ୍ଣା ମୋନଜ ଚୌଧୁରୀ, ଦେବୀ ମିଶ୍ର ଓ ବ୍ରହ୍ମପୁର ସାଂସଦ ଓ ପାରଳାଖେମୁଣ୍ଡି ର ମାନ୍ୟବର ବିଧାୟକ ଶ୍ରୀ କୋଦୂରୁ ନାରାୟଣ ରାଓ ଙ୍କ ଦାବୀ ଓ ଉଦ୍ୟମ ଫଳରେ କାଶୀନଗର ଠାରେ ଏହି ରେଳ ଅଟକିବ ବୋଲି ଏକ ନିର୍ଦ୍ଦେଶ ନାମା ଆସିଲା, ଏଣୁ କାଶୀନଗର ସହର ଉପରେ ଗମନାଗମନ ପାଇଁ ନିର୍ଭର କରୁଥିବା ଯାତ୍ରୀ ମାନଙ୍କ ପାଇଁ ଏହା ବଡ଼ ସୁଯୋଗ ଆଣିଦେଇଛି ବୋଲି ଚର୍ଚ୍ଚା ହେବା ଆନନ୍ଦ ଉଲ୍ଲାସ ଖେଳି ଯାଇଛି, ପୂର୍ବତନ ପ୍ରେସ କ୍ଳବ ସଭାପତି ଶ୍ରୀ ହୃଷିକେଶ ଗୌଡ଼ ମଧ୍ୟ ବହୁତ ଥର ଚେଷ୍ଟା କରିଛନ୍ତି ।