ତୀରନ୍ଦାଜୀ ଙ୍କୁ ବୌଦ୍ଧ ଜିଲ୍ଲାପାଳ ଙ୍କ ଶୁଭେଚ୍ଛା

0
54

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୧୪/୭) : କ୍ରୀଡା ଓ ଯୁବ ସେବା ବିଭାଗ, ଓଡିଶା ସରକାରଙ୍କ ଦ୍ୱାରା କ୍ରୀଡା ହଷ୍ଟେଲ ରେ ଅଧ୍ୟୟନ ସକାଶେ ତୀରନ୍ଦାଜ କ୍ଷେତ୍ରରେ ବୌଦ୍ଧ ଜିଲ୍ଲା ତୀରନ୍ଦାଜ ସଂଘ ର ସୁଶ୍ରୀ ଟେନିଶା ମେହେର ଚୟନ ହୋଇଥିବାରୁ ବୌଦ୍ଧ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ ସୁଶ୍ରୀ ଟେନିଶା ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି l

ସେ ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ବୁଟୁପାଲି ର ସ୍ବେଛାସେବୀ ଶ୍ରୀଯୁକ୍ତ ଇନ୍ଦ୍ରମଣି ମେହେର ଓ ଶ୍ରୀମତୀ ସନ୍ତୋଷିନୀ ମେହେର ଙ୍କ ସୁ କନ୍ୟା ଅଟନ୍ତି l ବୌଦ୍ଧ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ସୁଶ୍ରୀ ଟେନିଶା ଙ୍କୁ ବିଦ୍ୟାଳୟ ତରଫରୁ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅଭିଭାବକ ସମସ୍ତେ ଶୁଭେଚ୍ଛା ଜଣାଇଛନ୍ତି l