ରାୟଗଡ଼ା ସ୍ଵୟଂ ଶାସିତ ମହାବିଦ୍ୟାଳୟରେ ଭୋଟର ସଚେତନତା ଶିବିର

0
80

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୧୫/୭) : ରାୟଗଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟରେ ଶନିବାର ଭୋଟର ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି । WhatsApp Image 2023 07 15 at 15.02.21 ରାୟଗଡ଼ା ସ୍ଵୟଂ ଶାସିତ ମହାବିଦ୍ୟାଳୟରେ ଭୋଟର ସଚେତନତା ଶିବିର

ଏଥିରେ ପ୍ଲସ ଟୁ ଶ୍ରେଣୀର ଦ୍ଵିତୀୟ ବର୍ଷର ନୂତନ ଓ ପ୍ରତ୍ୟାସିତ ଭୋଟର ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଭୀମସେନ ଶବର, କଲେଜ ଅଧ୍ୟକ୍ଷା ଡ: ବବିଲତା ସରଫ, ବରିଷ୍ଠ ପ୍ରାଧ୍ୟାପକ ଅରୁଣ କୁମାର ଖାଡଙ୍ଗା, ଏନ ଏସ ଏସ ୱିଙ୍ଗ ର ପ୍ରୋଗ୍ରାମ ଅଧିକାରୀ କେଶବ କୁମାରୀ ଯାନି, ଲେଫ୍ଟନାଣ୍ଟ ଉଦୟ ନାୟକ, ସମ୍ବଳ ଶିକ୍ଷକ ନିଳାଞ୍ଚଳ ମିଶ୍ର, ରାୟଗଡ଼ା ପୌର ପରିଷଦରୁ ଚନ୍ଦ୍ରଶେଖର ରଥ ଓ ଆର ନୀଳକଣ୍ଠ ପ୍ରମୁଖ ଉପସ୍ଥିତ ଥିଲେ । ଉପଜିଲ୍ଲାପାଳ ଶ୍ରୀ ଶବର ପ୍ରାସଙ୍ଗିକ ଭାରତୀୟ ସାମ୍ବିଧାନିକ ବ୍ୟବସ୍ଥା, ଲୋକ ପ୍ରତିନିଧିତ୍ୱ ଅଧିନିୟମ ୧୯୫୦ ର ପ୍ରଣୀତ ନିୟମାବଳୀ ସମ୍ପର୍କିତ ବିଭିନ୍ନ ଧାରା ଓ ଉପଧାରା ଗୁଡ଼ିକ ଉପରେ ଆଲୋଚନା କରିଥିଲେ । ଶିକ୍ଷକ ନିଳାଞ୍ଚଳ ମିଶ୍ର, ଭୋଟର ପଞ୍ଜିକରଣର ସାଧାରଣ ନିୟମ, ଯୋଗ୍ୟତା, ସଂଶୋଧନ ପ୍ରକ୍ରିୟା, ଅନଲାଇନ ଓ ଅଫଲାଇନ ମାଧ୍ୟମରେ ଫର୍ମ ଦାଖଲ ପ୍ରଣାଳୀ ଓ ଇଭିଏମର ବ୍ୟବହାର ବିଷୟରେ ଆଲୋଚନା କରିଥିଲେ । ଶେଷରେ ଶ୍ରୀମତୀ କେଶବ ଜାନି ଧନ୍ୟବାଦ ଅର୍ପଣ କରିଥିଲେ । ବନୋ ମହୋତ୍ସବ ପାଳନ ଅବସରରେ ଉପଜିଲ୍ଲାପାଳ ଶ୍ରୀ ଶବର, କଲେଜ ଅଧ୍ୟକ୍ଷା ଓ ଅନ୍ୟ କର୍ମକର୍ତ୍ତା ମିଶି କଲେଜ ପରିସରରେ ବୃକ୍ଷରୋପଣ କରିଥିଲେ ।