1. Save Bajrakapta News: ବଡମ୍ବା ଗମେଇରୁ ବଜ୍ରକାପ୍ତା ଉଦ୍ଧାର

0
55
ବଡମ୍ବା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଟକ, (୧୭/୦୭) : ବଜ୍ରକାପ୍ତା ଉଦ୍ଧାର । ବଡମ୍ବା ବ୍ଲକ ଭଟ୍ଟାରିକା ପଞ୍ଚାୟତ ଗମେଇ ନୂଆସହି ଗାଁରୁ ବିରଳ ବଜ୍ରକାପ୍ତା ଉଦ୍ଧାର ହୋଇଛି ।

ସକାଳ ସମୟରେ ନଦୀ ବାଲି ଅଞ୍ଚଳରେ ଚଳପ୍ରଚଳ କରୁଥିବା ବେଳେ ଗ୍ରାମବାସୀ ଦେଖିଥିଲେ । ପରେ ବଜ୍ରକାପ୍ତାକୁ ସୁରକ୍ଷିତ ଭାବେ ଉଦ୍ଧାର କରି ବଡମ୍ବା ବନ ବିଭାଗକୁ ଖବର ଦେଇଥିଲେ। ଆଠଗଡ଼ DFO ଙ୍କର ନିର୍ଦ୍ଦେଶ କ୍ରମେ ବନାଞ୍ଚଳ କର୍ମଚାରୀ ଏକ ଟିମ ସହ ପହଞ୍ଚିଥିଲେ । ଏବଂ ବଜ୍ରକାପ୍ତାକୁ ଆଣି ନିକଟରେ ଥିବା ଗ୍ରାମ୍ୟ ଜଙ୍ଗଲରେ ଛାଡି ଦେଇଥିବା ଜଣାପଡ଼ିଛି । ବଜ୍ରକାପ୍ତାର ଓଜନ ୩ କିଲୋ ହେବ ବୋଲି ସୂଚନା ମିଳିଛି। ବଜ୍ରକାପ୍ତା ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳରେ ବେଶ ଭିଡ଼ ପରିଲକ୍ଷିତ ହୋଇଥିଲା।