ଗୋଡ଼ାଇ ଗୋଡ଼ାଇ କାମୁଡ଼ିଲା ଭାଲୁ; ଜଣେ ବନ କର୍ମଚାରୀ ମୃତ,୩ ଗୁରୁତର

0
61

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆପଡା, (୧୯/୦୭) : ଭାଲୁ ଆକ୍ରମଣରେ ଜଣେ ବନ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ଏପରି ଘଟଣା ଘଟିଛି ନୂଆପଡା ଜିଲ୍ଲା କୋମନା ରେଞ୍ଜରେ । ମୃତକ ହେଲେ ଫରେଷ୍ଟ ୱାଚର ସନ୍ତୋଷ କୁମାର ଦୁଣ୍ଡି ।

ଗତକାଲି ଅପରାହ୍ନ ପ୍ରାୟ ସାଢ଼େ ୩ଟା ସମୟରେ ୪ ବନ କର୍ମଚାରୀ ପାଟ୍ରୋଲିଂରେ ଯାଇଥିଲେ । ଭାଲୁଟି ସେମାନଙ୍କୁ ଆକ୍ରମଣ କରିଥିଲା । ପ୍ରଥମେ ଫରେଷ୍ଟର ଗୋପାଳ ମହାନନ୍ଦ ଓ ୱାଚର ସନ୍ତୋଷ କୁମାର ଡୁଣ୍ଡିଙ୍କୁ ଭାଲୁଟି ଜଙ୍ଗଲ ଭିତରକୁ ଟାଣି ନେଇଥିଲା । ସେମାନଙ୍କୁ ଉଦ୍ଧାର କରିବାକୁ ଯାଇ ଫରେଷ୍ଟ ଗାର୍ଡ଼ ଶଶଧର ସାଣୀ ଓ ସାଗର ଠେଲା ଗୁରୁତର ଆହତ ହୋଇଥିଲେ। ଗାଁ ଲୋକଙ୍କ ସହାୟତାରେ ବନ ଓ ଅଗ୍ନିଶମ କର୍ମଚାରୀମାନେ ପ୍ରଥମେ ଗୁରୁତ ଅବସ୍ଥାରେ ଶଶଧର ଓ ସାଗରଙ୍କୁ ଉଦ୍ଧାର କରିଥିଲେ । ପରେ ଅନ୍ୟ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ ।

ସମସ୍ତଙ୍କୁ ନୂଆପଡ଼ା ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ । ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ସନ୍ତୋଷଙ୍କର ମୃତ୍ୟୁ ଘଟିଛି । ଗୁରୁତର ଥିବା ଫରେଷ୍ଟର ଗୋପାଳ ମହାନନ୍ଦ ଓ ଫରେଷ୍ଟ ଗାର୍ଡ ଶଶିଧର ଟାଣିଙ୍କୁ ରାୟପୁର ସ୍ଥାନାନ୍ତର କରାଯାଇଛି । ପ୍ରୋଟେକସନ୍ ଗାର୍ଡ ସାଗର ଠେଲାଙ୍କୁ ନୂଆପଡା ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି ଗତକାଲି ସୁରକ୍ଷା ଦାବିରେ କୋମନା ମେଡିକାଲ ସମ୍ମୁଖରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ । ପରେ କୋମନା ବିଡିଓ, କୋମନା ତହସିଲଦାର ବୁଝାସୁଝା କଲା ପରେ ଆନ୍ଦୋଳନ ପ୍ରତ୍ୟାହୢତ ହୋଇଥିଲା । ତେବେ ଏନେଇ ବନବିଭାଗର ପ୍ରତିକ୍ରିୟା ମିଳିପାରିନି ।