ବୀରମହାରାଜପୁର କୁ ଏନଏସି ଘୋଷଣା ସହ ୧୫ ଦଫା ଦାବିରେ ବନ୍ଦ ଡାକରା

0
59

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସୁବର୍ଣ୍ଣପୁର, (୧୯/୦୭) : ଆଜି ୧୨ ଘଣ୍ଟିଆ ବିରମହାରାଜପୁର ବନ୍ଦ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର କୁ ଏନଏସି ଘୋଷଣା ସହ ୧୫ ଦଫା ଦାବିରେ ବନ୍ଦ ଡାକରା ଦେଇଛି ଆମ ଆଦମୀ ପାର୍ଟି ।

ଆଜି ସକାଳୁ ସକାଳୁ ଆମ ଆଦମୀ ପାର୍ଟିର କର୍ମକର୍ତ୍ତା ମାନେ ବୀରମହାରାଜପୁର ଛକ ସମେତ ବିଭିନ୍ନ ଛକରେ ପିକେଟିଂ କରିଥିବା ଦେଖିବାକୁ ମିଳିଛି । ଦୋକାନ, ବଜାର, ଯାନ ବାହନ ସହ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ସବୁ ବନ୍ଦ ରହିବ ବୋଲି ପାର୍ଟି ପକ୍ଷରୁ ସୂଚନା ଦିଆଯାଇଛି । ତେବେ ବନ୍ଦରୁ ଜରୁରୀ ସେବାକୁ ବାଦ ଦିଆଯାଇଛି । ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ଛକ ମାନଙ୍କରେ ପୋଲିସ ଫୋର୍ସ ମୁତୟନ କରାଯାଇଛି ।