ମୁକ୍ତିଲାଭ କଲା ଓଡ଼ିଆ ଚଳଚ୍ଚିତ୍ର ନିୟତି

0
70

ରିପୋର୍ଟ : ସନ୍ତୋଷ କୁମାର ନାୟକ
ଭୁବନେଶ୍ୱର, (୨୨/୦୭) : ଏସ ଥ୍ରୀ ମୁଭିଜ ସହିତ ରିସା ଫିଲ୍ମସ ର ପ୍ରଯୋଜନା ଏବଂ ସମରେଶ ରାଉତରାୟ ଙ୍କ ପ୍ରସ୍ତୁତି ରେ ନିର୍ମିତ ହୋଇଥିବା ଓଡ଼ିଆ ଚଳଚ୍ଚିତ୍ର ନିୟତି ସାରା ଓଡିଶାର କୋଡିଏ ଟି ପ୍ରେକ୍ଷାଳୟ ରେ ମୁକ୍ତିଲାଭ କରିଛି l

ଚଳଚ୍ଚିତ୍ର ନିୟତି ର ପ୍ରିମିଅର ଶୋ ସ୍ଵାତି ସିନେପ୍ଲେକ୍ସ ଠାରେ ଅନୁଷ୍ଠିତ ହୋଇଥିଲା l ଓଡ଼ିଆ ସିନେମା ଜଗତର ଅନେକ ପ୍ରଯୋଜକ, ନିର୍ଦ୍ଦେଶକ ତଥା ଅଭିନେତା ଅଭିନେତ୍ରୀ ମାନେ ଚଳଚ୍ଚିତ୍ର ଦେଖିବା ପାଇଁ ତଥା ସିନେପ୍ରେମୀ ଙ୍କ ମନରେ ଓଡ଼ିଆ ସିନେମା ପ୍ରତି ଆଗ୍ରହ ବଢେଇବା ପାଇଁ ଉପସ୍ଥିତ ଥିଲେ l ନିର୍ଦ୍ଦେଶକ ଅବତାର ସିଂ, ପ୍ରଯୋଜକ ଅକ୍ଷୟ ପରିଜା, ପ୍ରଣବ ଦାସ, ସଚ୍ଚିକାନ୍ତ ଜେନା, ବିନି ପଟ୍ଟନାୟକ, ଶ୍ରୀଧର ମାର୍ଥା, ଏନ ଗଙ୍ଗାଧର ରେଡ୍ଡୀ, ଗଦାଧର ପୁଟି, ସୁଶାନ୍ତ ମଣି, ଯୁବ ପ୍ରଯୋଜକ ତଥା ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ, ଅଭିନେତ୍ରୀ ଅନୁ ଚୌଧୁରୀ, ଅଭିନେତା ପାର୍ଥ ସାରଥୀ ଙ୍କ ସମେତ ଚଳଚ୍ଚିତ୍ର ର ପ୍ରଯୋଜକ ତଥା ବରିଷ୍ଠ ଅଭିନେତା ସମରେଶ ରାଉତରାୟ, ସୁଧାଂଶୁ ନାରାୟଣ ଦାଶ (ସାନୁ), ପ୍ରେମଲଥା ରାଉତରାୟ, ଦିବ୍ୟା ମହାନ୍ତି, ପୁପୁଲ ଭୂୟାଁ, ଶୁଭ୍ରାଂଶୁ, ଉଦିତ, କେକେ, ବିଷାନ, ଅଭିଜିତ, ଅଙ୍କିତ ଉପସ୍ଥିତ ଥିଲେ l

ଚଳଚ୍ଚିତ୍ର ଟି ର ନିର୍ଦ୍ଦେଶନା ଭାର ଜଣେ ଯୁବ ନିର୍ଦ୍ଦେଶକ ଙ୍କ କାନ୍ଧରେ ଥିବା ବେଳେ ଏକ ନିଚ୍ଛକ ମୌଳିକ କାହାଣୀ କୁ ନେଇ ନିର୍ମାଣ କରିଛନ୍ତି l ଗତାନୁଗତିକ ସମାଜ ର ଘଟଣାବଳୀ କୁ ନେଇ ଯୁବ ସମାଜ ଙ୍କ ଉପରେ ଗୁରୁତ୍ୱ ଦେଇ ନିର୍ମିତ ଚଳଚ୍ଚିତ୍ର ନିୟତି l କିଛି ବର୍ଷ ହେବ ଓଡ଼ିଆ ସିନେମା ର ଧାରା ବଦଳି ଥିବା ବେଳେ ପ୍ରଯୋଜନା ସଂସ୍ଥା ତରଫରୁ ମଧ୍ୟ ଏହି ସିନେମା ମାଧ୍ୟମରେ ସେଇ ପ୍ରୟାସ ଜାରି ରଖିଛନ୍ତି l ବଳିଷ୍ଠ କାହାଣୀ ସହିତ ପ୍ରବୀଣ ନୂଆ ପୁରୁଣା କଳାକାର ଙ୍କୁ ନେଇ ନିର୍ମାଣ ହୋଇଛି ଚଳଚ୍ଚିତ୍ର ନିୟତି l ସମସ୍ତ ସିନେ ପ୍ରେମୀ ତଥା କଳାକାର ମାନେ ଏହି ଚଳଚ୍ଚିତ୍ର ଦେଖିବା ସହିତ ଉତ୍ସାହିତ କରିବା ଉଚିତ ବୋଲି ପ୍ରଚାର ପ୍ରସାର ମୁଖ୍ୟ ପ୍ରଣୟ ଜେଠୀ ମତ ପ୍ରକାଶ କରିଛନ୍ତି l