ମନମୁଣ୍ଡା ରେ ଚାଷୀଙ୍କ ରାସ୍ତା ଅବରୋଧ

0
58

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୨୨/୦୭) : ଚାଷୀଙ୍କ ରାସ୍ତା ଅବରୋଧ l ବୌଦ୍ଧ ଜିଲ୍ଲା ମନମୁଣ୍ଡା ରେ ଚାଷୀକଲେ ରାସ୍ତା ଅବରୋଧ l

ଗଭୀର ନଳକୂପ ଯୋଜନାରେ ୨୦୧୯ ମସିହାରେ ଟଙ୍କା ବୁଝାଇ ଆଜିଯାଏଁ ନିଜ ଜମିରେ ଗଭୀର ନଳକୂପ ନଲଗାଇ ଯୋଗୁଁ ଆଜି କଣ୍ଟାମାଳ ବ୍ଲକର ଶତାଧିକ ଚାଷୀ ଏହିଭଳି ଆନ୍ଦୋଳନକୁ ଓହ୍ଲାଇଥିଲେ l ବ୍ଲକର ପାଖାପାଖି ଏକ ହଜାର ଚାଷୀ ୨୦୧୯ ମସିହାରେ ୨୦ ହଜାର ଟଙ୍କା ଲେଖାଏଁ ଉଠା ଜଳସେଚନ ବିଭାଗ ପାଖରେ ବୁଝାଇଥିଲେ l ୨୦୨୧ ମସିହାରେ ଚାଷୀଙ୍କ ଜମିରେ କୂପ ଖନନ କରାଯାଇଥିଲେବି ଆଜିଯାଏଁ ବିଜୁଳି ସଂଯୋଗ କିମ୍ବା ମୋଟର ଲାଗିପାରିଲାନାହିଁ l ଏ ନେଇ ଚାଷୀମାନେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଗୁହାରି କରି ନିରାଶ ହେବାପରେ ଆଜି ମନମୁଣ୍ଡା ଗାନ୍ଧୀ ଛକରେ ଦୀର୍ଘ ସମୟ ଧରି ରାସ୍ତା ଅବରୋଧ କରିଥିଲେ l ପରେ ମନମୁଣ୍ଡା ପୋଲିସ ଓ ପ୍ରଶାସନ ପହଁଚି ଚାଷୀଙ୍କ ସହ ଆଲୋଚନା ଓ ସମାଧାନର ପ୍ରତିଶ୍ରୁତି ପରେ ରାସ୍ତାରୁ ଉଠିଥିଲେ ଚାଷୀ l ତେବେ ବିଭାଗ ପକ୍ଷରୁ ତୁରନ୍ତ ଚାଷୀଙ୍କ ପ୍ରକଳ୍ପସବୁକୁ ଚାଲୁ ନକଲେ ଆଗକୁ ଜୋରଦାର ଆନ୍ଦୋଳନ କରିବାକୁ ଧମକ ଦେଇଛନ୍ତି ଚାଷୀ l