ନୂତନ ଅନୁଦାନ ପ୍ରାପ୍ତ ଅବସର ନେଇଥିବା ଶିକ୍ଷକ କର୍ମଚାରୀ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

0
62

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୨୨/୦୭) : ସୁବର୍ଣ୍ଣପୁର ଜିଲ୍ଲା ନୂତନ ଅନୁଦାନ ପ୍ରାପ୍ତ ଅବସର ପ୍ରାପ୍ତ ଶିକ୍ଷକ କର୍ମଚାରୀ ସଂଘ ବିଭିନ୍ନ ଦାବି ନେଇ ଜିଲ୍ଲାପାଳ ଶ୍ରୀ ବିମଳେନ୍ଦୁ ରାୟ ଙ୍କୁ ସାକ୍ଷାତ କରି ଦିବା ୧ ଘଣ୍ଟା ରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି lWhatsApp Image 2023 07 21 at 20.09.21 1 jpeg ନୂତନ ଅନୁଦାନ ପ୍ରାପ୍ତ ଅବସର ନେଇଥିବା ଶିକ୍ଷକ କର୍ମଚାରୀ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ରେ ଦୀର୍ଘ ୩୦/୩୫ ବର୍ଷ ଶିକ୍ଷାଦାନ କରି ଅବସର ନେଇଥିବା ଶିକ୍ଷକ ଓ କର୍ମଚାରୀ ମାନଙ୍କୁ ଅବସର କାଳୀନ ସୁବିଧା ସୁଯୋଗ ଯଥା ପେନସନ ପ୍ରଦାନ, ପେନସନ ଗ୍ରାଚୁଟି, ଛୁଟି କାଳୀନ ସୁବିଧା ପ୍ରଦାନ କରିବାକୁ ସମଗ୍ର ରାଜ୍ୟ ରେ ଆଜି ୩୦ ଗୋଟି ଜିଲ୍ଲା ରେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ଶିକ୍ଷାଧିକାରୀ ଓ ଜିଲ୍ଲାପାଳ ଙ୍କ ମାଧ୍ୟମ ରେ ନାର୍ଯ୍ୟ ଦାବି ପୂରଣ ପାଇଁ ଆଜି ଦାବି ପତ୍ର ପ୍ରଦାନ କରାଯାଇଛି l ଅନୁଦାନ ସୁବିଧା ପାଉଥିବା ଅନ୍ୟାନ୍ୟ ଶିକ୍ଷକ କର୍ମଚାରୀ ଭଳି ତାଙ୍କୁ ମଧ୍ୟ ଏହି ସୁବିଧା ପ୍ରଦାନ କରିବାକୁ ସରକାର ଙ୍କ ପାଖରେ ଦୃଢ଼ ଦାବି ଉପସ୍ଥାପନା କରିଛନ୍ତି l ପ୍ରକାଶ ଥାଉ କି ଯେ ଏ ସଂଘ ର ଦାବି ସପକ୍ଷ ରେ ହାଇକୋର୍ଟ ନିର୍ଦ୍ଧେଶ ଦେଇଥିବା ସତ୍ତ୍ୱେ ଏମାନଙ୍କ ପ୍ରତି ରାଜ୍ୟ ସରକାର ଙ୍କ ଅଣଦେଖା କୁ ସଂଘ ଦୃଢ଼ ନିନ୍ଦା କରିଛି l ସଂଘ ସଭାପତି କୁଳମଣୀ ମିଶ୍ର, ସମ୍ପାଦକ ପୂରନ୍ଦର ପୁରୋହିତ, ଙ୍କ ନେତୃତ୍ୱ ରେ ପଞ୍ଚାନନ ପଣ୍ଡା, ମୋହନ ବାରିକ, ଲକ୍ଷ୍ମଣ ରଣା, ନବୀନ ପାଢ଼ୀ, ରମା ବାରିକ, ଈଶ୍ୱର ନାଏକ, ମନୋରଚି ଭୋଇ, ପ୍ରମୁଖ ବହୁ ସଦସ୍ୟ ଏହି ବିକ୍ଷୋଭ ଓ ଧାରଣା ରେ ସାମିଲ ଥିଲେ l