ସ୍ତ୍ରୀକୁ ମାରି ମୃତ ଶରୀର ପାଖରେ ଟାଙ୍ଗିଆ ବୁଲାଇଲା ସ୍ୱାମୀ

0
62

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବୌଦ୍ଧ, (୨୨/୦୭) : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଗଣ୍ଡାପାଜୁ ଗ୍ରାମରେ ଦେଖା ଦେଇଛି ଏକ ଅଭାବନୀୟ ଘଟଣା ।

ଯାହାକି ପାରିବାରିକ ସମସ୍ୟାକୁ ନେଇ ସ୍ବାମୀ କିଶୋର ନାଏକ ନିଜ ସ୍ତ୍ରୀ ଦୁଲ୍ଲଭା ନାଏକକୁ ଆଜି ସକାଳେ ଏକ ଟାଂଗିଆରେ ବେକରେ ଦୁଇ ଚୋଟ ପକାଇ ଦେଇଥିଲା । ଯାହାକି ଘଟଣାସ୍ଥଳରେ ହଁ ସ୍ତ୍ରୀ ର ମୃତ୍ୟୁ ଘଟିଥିଲା । ତାପରେ ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ କିନ୍ତୁ ଗ୍ରାମର କିଛି ଯୁବକ କିଶୋର ନାଏକକୁ କାବୁ କରିବା ପାଇ ସାହିକୁ ଯାଇଥିଲେ । ହେଲେ ମୃତ ସ୍ତ୍ରୀ ପାଖରେ ଟାଂଗିଆ ବୁଲାଇ ଥିଲା । ଯାହା ଫଳରେ କେହି ପାଖକୁ ଯିବା ପାଇଁ ସାହସ କରିନଥିଲେ । ଘଟଣାସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।