ବିନିକା ବ୍ଲକର ମୋଟିଭେଟର ସଂଘ ଦରମା ନ ପାଇବାରୁ ବ୍ଲକ ସମ୍ମୁଖରେ ଧାରଣା

0
54

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୮/୦୭) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ମୋଟିଭେଟର ସଂଘ ଦରମା ନ ପାଇବାରୁ ଆଜି ବିନିକା ବ୍ଲକ ସମ୍ମୁଖରେ ଧାରଣା ଦେଇଛନ୍ତି ।WhatsApp Image 2023 07 29 at 09.54.05 ବିନିକା ବ୍ଲକର ମୋଟିଭେଟର ସଂଘ ଦରମା ନ ପାଇବାରୁ ବ୍ଲକ ସମ୍ମୁଖରେ ଧାରଣା

ପ୍ରକାଶ ଥାଉ କି, ବିନିକା ବ୍ଲକର ୧୬ ଗୋଟି ପଞ୍ଚାୟତର ପ୍ରାୟ ୮୨ ଜଣ ମୋଟିଭେଟରମାନେ ସ୍ଵଚ୍ଛ ଭାରତ ଗ୍ରାମୀଣ ମିଶନରେ କାମ କରୁଥିଲେ । ସେଥିମଧ୍ୟରୁ ଗୋଟିଏ ଶୌଚାଳୟ ବାବଦରେ ୧୫୦ ଟଙ୍କା ମିଳିବା ନିୟମ ରହିଛି । ସେଥିମଧ୍ୟରୁ ଅଧା ଟଙ୍କା ପାଇଥିବା ବେଳେ ଆଉ ବକେୟା ଟଙ୍କା ଆଜକୁ ୩ ବର୍ଷ ଉପରେ ହେବ ନ ପାଇ ମୋଟିଭେଟରମାନେ ଏ ଅଫିସରୁ ସେ ଅଫିସ ଦୌଡ଼ି ଦୌଡ଼ି ହଇରାଣ ହୋଇଛନ୍ତି । ଏପରି ବ୍ଲକ ଅଭିଯୋଗ ଶୁଣାଣୀ ଶିବିରରେ ମଧ୍ୟ ୪ ଥର ଅଭିଯୋଗ କରିଛନ୍ତି । କିନ୍ତୁ କୌଣସି ସୁଫଳ ମିଳି ପାରିଲା ନାହିଁ । ତେଣୁ ବାଧ୍ୟ ହୋଇ ଆଜି ବିନିକା ମୋଟିଭେଟରମାନେ ବ୍ଲକ ସମ୍ମୁଖରେ ଧାରଣାରେ ବସିଛନ୍ତି । ଏବଂ ଏହି ଧାରଣା ଯେପର୍ଯ୍ୟନ୍ତ ସେମାନଙ୍କ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ, ସେଯାଏଁ ଧାରଣାରୁ ଉଠିବୁନାହିଁ ବୋଲି ସୁଶାନ୍ତ ପଧାନ, ପରକ୍ଷିତ ବାଘ, ଦୀନବନ୍ଧୁ ଭୂଏ, ସତ୍ୟବାନ ଡାଙ୍ଗ, ପାଣ୍ଡବ ବାଘ, ଜୟକ୍ରିଷ୍ଣା ବିଭାର, କ୍ଷିରସିନ୍ଧୁ ପୋଢ, ରଜନୀ କାନ୍ତ ହୋତା, ଦେବେନ୍ଦ୍ର ବାଘ, ବଂଶି ମେଲ୍ଲି, ସଞ୍ଜୟ ପାତ୍ର, କୃଷ୍ଣ ପଧାନ, ଦେବାନନ୍ଦ ସେଠି, ଗୋପାଳ ଭୂଏ, ପ୍ରାତାପ ମେହେର, ଉର୍ମିଳା ଛନ୍ଦ, ପରୀତୋଷ ଥନାପତି, ଟୟ ଭୂଏ ପ୍ରମୁଖ ଧାରଣାରେ ବସିଥିଲେ । ଆଜି ଏହି ଧାରଣା ତୃତୀୟ ଦିନରେ ପହଁଚିଛି । ଏଥିରେ ଖୀରସିନ୍ଧୁ ବିଭାର ସାମିଲ ହୋଇ ଧାରଣାରେ ବସିଥିଲେ ।