ଅଚାନକ ଜିଲ୍ଲା ପାଠାଗାର ପରିଦର୍ଶନ କଲେ ଜିଲ୍ଲା ସଂସ୍କୃତି ଅଧିକାରୀ

0
47

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୨୯/୦୭) : ବୌଦ୍ଧ ସହର ସ୍ଥିତ ଜିଲ୍ଲା ପାଠାଗାର ଶୁକ୍ରବାର ସନ୍ଧ୍ୟା ୭ ଘଣ୍ଟା ରେ ଅଚାନକ ପରିଦର୍ଶନ କରଛନ୍ତି ବୌଦ୍ଧ ଜିଲ୍ଲା ସଂସ୍କୃତି ଅଧିକାରୀ ପ୍ରୀତିବାଳା ରଣା l

ପାଠାଗାର ପରିଦର୍ଶନ କରି ପାଠକ ଙ୍କ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଛନ୍ତି । ପରୀକ୍ଷା ରେ କିଭଳି ଭଲ ନମ୍ବର ରଖି ପାସ କରିବେ ଓ ମୋବାଇଲ ଫୋନକୁ ଦୁରେଇ ରହି ମନଦେଇ ପାଠପଢିବେ ସେ ନେଇ ପରାମର୍ଶ ଦେଇଥିଲେ । ଏହା ସହିତ ବିଭିନ୍ନ ପାଠ ପୁସ୍ତକ ଯୋଗାଇ ଦେବାକୁ କହିଥିଲେ । ପରିଦର୍ଶନ ସମୟରେ ଜିଲ୍ଲା କ୍ରୀଡା ଅଧିକାରୀ ପବିତ୍ର ରାଉତ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିଆରସିଂ ଉପସ୍ଥିତ ଥିଲେ ।