ଉତ୍କଳ ବାଳାଶ୍ରମ ଛାତ୍ରୀଙ୍କ କୃତିତ୍ୱ

0
56

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୦୪/୦୫) : ସୋନପୁର ସ୍ଥିତ ଉତ୍କଳ ବାଳାଶ୍ରମ ରେ ରହୁଥିବା ବାପା, ମା ଛେଉଣ୍ଡ ଚନ୍ଦ୍ରକାନ୍ତି ହାତୀ ଟାଟା ପାୱାର ଦକ୍ଷିଣାଞ୍ଚଳ ଓଡିଶା ବିତରଣ ଲିମିଟେଡ ରେ ଡିପ୍ଲୋମା ଇଞ୍ଜିନିୟର ଭାବରେ ନିଯୁକ୍ତି ପାଇଛନ୍ତି ।

ବ୍ରହ୍ମପୁର ସ୍ଥିତ ଦକ୍ଷିଣାଞ୍ଚଳ ଟାଟା ପାୱାର କାର୍ଯ୍ୟଳୟରେ ଗତକାଲି ଯୋଗ ଦେଇଛନ୍ତି କମ୍ପାନୀ ର ଗେଷ୍ଟ ହାଉସ ରେ ରହିବାର ବ୍ୟବସ୍ଥା କରାଯିବା ସହ କମ୍ପାନୀ ଗାଡିରେ କାର୍ଯ୍ୟାଳୟ କୁ ଯିବା ଆସିବା ନିମନ୍ତେ ବ୍ୟବସ୍ଥା ରହିଛି । ପ୍ରଥମ ଛଅ ମାସ ପ୍ରବେଶନ ପେରିୟଡ ରହିଛି ଏହି ସମୟରେ ୨୩ .୭୮୮ ଟଙ୍କା ଦରମାର ବ୍ୟବସ୍ଥା ରହିଛି । ଚନ୍ଦ୍ରକାନ୍ତି ଙ୍କୁ ୨୦୨୦ ମସିହାରେ ଉତ୍କଳ ବାଳାଶ୍ରମ ରେ ଥଇଥାନ କରଯାଇଥିଲା l ତରଭା ବ୍ଲକ ବଘିଆ ମୁଣ୍ଡା ର ଚନ୍ଦ୍ରକାନ୍ତି ସରକାରୀ ପୋଲିଟେକନିକ ସୋନପୁର ଠାରୁ ଇଲେକଟ୍ରିକାଲ ଟ୍ରେଡ ରେ ଡିପ୍ଲୋମା ହାସଲ କରିଛନ୍ତି l ତା ପୂର୍ବ ରୁ ବରଗଡ଼ରେ ଆଇ ଟି ଆଇ ଶିକ୍ଷା ସମାପ୍ତ କରିଛନ୍ତି ।ତାଙ୍କର ଏହି ସଫଳତା ପାଇଁ ସେ ଜିଲ୍ଲାପାଳ , ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଙ୍କୁ କୃତଜ୍ଞତା ଜଣାଇଛନ୍ତି । ନିଜ ଉପାର୍ଜିତ ଅର୍ଥରେ ନିଜ ସାନ ଭଉଣୀ ଙ୍କୁ ପାଠ ପଢାଇ ବି ବୋଲି ଆଶା ରଖିଛନ୍ତି । ସାନ ଭଉଣୀ ମଧ୍ୟ ଉତ୍କଳ ବାଳାଶ୍ରମ ରେ ବର୍ତ୍ତମାନ ରହୁଛି ।