1. Big News : ପୋଡ଼ିଗଲା ମେଡ଼ିସିନ୍‌ ଗୋଦାମ, ଲକ୍ଷାଧିକ ଟଙ୍କାର ଔଷଧ ପାଉଁଶ !

0
52
ପୋଡ଼ିଗଲା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ମୟୁରଭଞ୍ଜ, (୦୫/୦୮) : ପୋଡ଼ିଗଲା ମେଡ଼ିସିନ୍‌ ଗୋଦାମ । ଯାହାଫଳରେ ଲକ୍ଷାଧିକ ଟଙ୍କାର ମେଡିସିନ୍‌ ପୋଡ଼ି ପାଉଁଶ ହୋଇଯାଇଛି । ତେବେ ଅଗ୍ନିକାଣ୍ଡ କାରଣ ଜଣାପଡ଼ି ନାହିଁ ।

ପୋଡ଼ିଗଲା ମେଡ଼ିସିନ୍‌ ଗୋଦାମ,  ଲକ୍ଷାଧିକ ଟଙ୍କାର ଔଷଧ ପାଉଁଶ ! : ଆଜି ସନ୍ଧ୍ୟା ବେଳେ ମୟୂରଭଞ୍ଜ ଜିଲ୍ଲା କୁଳିଅଣା ପ୍ରାଥମିକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଘଟିଛି ଏପରି ଅଘଟଣ । ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ବେଳେ ଏକ ଭୟଙ୍କର ବିସ୍ଫୋରଣ ହୋଇଥିଲା । ଦେଖୁଦେଖୁ କୁଳିଅଣା ପ୍ରାଥମିକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କ୍ୟାମ୍ପସରୁ ପ୍ରବଳ ଧୂଆଁ ବାହାରିବା ସହିତ ନିଆଁ ଜଳିଥିଲା । ବିସ୍ଫୋରଣ ଶବ୍ଦ ଶୁଣି ସ୍ଥାନୀୟ ଲୋକମାନେ ସେଠାକୁ ଧାଇଁ ଯାଇଥିଲେ । ସେତେବେଳେ ମେଡ଼ିକାଲ୍‌ର ମେଡିସିନ୍‌ ଗୋଦାମ ଘରେ ନିଆଁ ଜଳୁଥିବା ଦେଖିବାକୁ ମିଳିଥିଲା ।

ସ୍ଥାନୀୟ ଲୋକେ ଏନେଇ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ମେଡ଼ିକାଲ୍‌ରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ନିଆଁରେ ଅକ୍ସିଜେନ ଟାଙ୍କି ଓ ବହୁ ମେଡିସିନ ଜଳି ଯାଇଥିବା ଜଣାପଡ଼ିଛି । ଅଗ୍ନିକାଣ୍ଡରେ ଜଣେ ଆହାତ ହୋଇଛନ୍ତି । ତାଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି । କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଛି, ତାହା ଜଣାପଡ଼ି ନାହିଁ । ତେବେ ବିଦ୍ୟୁତ ଶର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । କୁଳିଅଣା ଥାନା ପୁଲିସ ମେଡ଼ିକାଲ୍‌ରେ ପହଞ୍ଚି ତଦନ୍ତ ଆରମ୍ଭ କରୁଛି ।