ଲାଞ୍ଚ ନେଇ ଧରାପଡ଼ିଲେ ଗୋଡ଼ା ଆରଆଇ

0
64

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଜଗତସିଂପୁର, (୦୫/୦୮) : ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଗତସିଂହପୁର ଜିଲ୍ଲା ଏରସମା ତହସିଲର ଗୋଡ଼ା ରାଜସ୍ୱ ନିରୀକ୍ଷକ (ଆରଆଇ) ନୃସିଂହ ଚରଣ ରାଉତ ।

ନୃସିଂହ ଆଜି ଜଣେ ବ୍ୟକ୍ତିଙ୍କଠାରୁ ୬ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ । ଏକ ଜମି ମ୍ୟୁଟେସନ ମାମଲାରେ ଉକ୍ତ ବ୍ୟକ୍ତିଙ୍କ ସପକ୍ଷରେ ରିପୋର୍ଟ ଦେବା ପାଇଁ ଆରଆଇ ନୃସିଂହ ଚରଣ ରାଉତ ଏହି ଲାଞ୍ଚ ନେଉଥିଲେ । ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଛି । ଲାଞ୍ଚ ନେଇ ଧରାପଡ଼ିବା ପରେ ନୃସିଂହ ଚରଣ ରାଉତଙ୍କ ଦୁଇଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି । ସେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ସନ୍ଦେହରେ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ କରାଯାଇଛି ।