କାନ୍ଥ ପଡ଼ି ଚାଲିଗଲା ୩ ବର୍ଷ ଶିଶୁପୁତ୍ରର ଜୀବନ

0
57

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦୁଝର, (୦୫/୦୮) : କାନ୍ଥ ପଡ଼ି ୩ ବର୍ଷର ଶିଶୁପୁତ୍ରର ମୃତ୍ୟୁ ଘଟିଛି । ଏପରି ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ବୁଢ଼ାଖମଣ ଗାଁ’ରେ ।

ମୃତ ଶିଶୁ ଜଣଙ୍କ ହେଲେ କରୁଣା ମୁଣ୍ଡା । ଗତକାଲି ରାତିରେ ମନ ମୁଣ୍ଡାଙ୍କ ପରିବାର ଘରେ ଖାଇପିଇ ଶୋଇଥିଲେ । ବିଳମ୍ବିତ ରାତିରେ ବର୍ଷାରେ ଭିଜିଥିବା ମାଟି କାନ୍ଥଟି ମା’ ପାଖରେ ଶୋଇଥିବା ଶିଶୁପୁତ୍ର କରୁଣାର ଉପରେ ପଡ଼ିଯାଇଥିଲା । ପରିବାର ଲୋକେ ଶିଶୁଟିକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ । ଶିଶୁଟିର ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି । କିଛିଦିନ ହେବ ରାଜ୍ୟରେ ଲଗାଣ ବର୍ଷା ଲାଗି ରହିଥିଲା । ମାଟି କାନ୍ଥଟି ବର୍ଷାରେ ଭିଜି କରିଥିବାରୁ ରାତିରେ ଶିଶୁପୁତ୍ର ଉପରେ ଭୁଷୁଡି ପଡ଼ିଥିଲା । ଏହି ଘଟଣା ପୁଣି ଥରେ ପ୍ରମାଣିତ କରିଛି ଯେ, ରାଜ୍ୟ ସରକାର ଜନ୍ମ ଠାରୁ ମରଣ ପର୍ଯ୍ୟନ୍ତ କରିଥିବା ଯୋଜନା କିପରି ଧୂଆଁ ବାଣ ପାଲଟିଛି । ଗରିବଙ୍କୁ ପକ୍କାଘର ଯୋଗାଇ ଦେବା ନିମନ୍ତେ ସରକାର କରିଥିବା ଯୋଜନା ଏହି ପରିବାର ନିକଟରେ ପହଞ୍ଚି ପାରିନାହିଁ । ଫଳରେ ଅଦିନରେ ଜଣେ ଶିଶୁର ପ୍ରାଣ ଚାଲିଯାଇଛି ।