ଆଇନସେବା ପ୍ରାଧିକରଣ ରୟଗଡା ଦ୍ବାରା ସହାୟତା

0
75

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୦୬/୦୮) : ରାୟଗଡା ଜିଲ୍ଲାର କୁମ୍ଭିକୋଟା ପଞ୍ଛାୟତର ପେଣ୍ଡିଲି ଗ୍ରାମର ଦୁଇ ଭଉଣୀ ଅନାଲୁ ହୁଇକା ଓ ରୋଜି ହୁଇକା ଭଲ ନମ୍ବର ରଖି ଦଶମ ଉତ୍ତୀଣ୍ଣ ହୋଇଛନ୍ତି ।

କିନ୍ତୁ, ଅର୍ଥ ଅଭାବରୁ କଲେଜରେ ପଢିପାରୁନାହାନ୍ତି । ପଇସା ପାଇ ନିଜ ସମ୍ପର୍କୀୟ ଙ୍କ ପାଖରେ ହାତ ପାତିଥିଲେ I କିନ୍ତୁ, ଆର୍ଥିକ ଦୂରବସ୍ଥା ଭୋଗ କରୁଥିବା ସମ୍ପର୍କୀୟ ମାନେ କେହି ପାଖ ମାଡିଲେ ନାହି । ତା ୦୨.୦୮.୨୦୨୩ ରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସଚିବ ଶ୍ରୀମତି ନିବେଦିତା ପଣ୍ଡା ଏହି ଖବର ଦେଖି ରାୟଗଡାର ବ୍ଳକ ରିଟେନର ଶ୍ରୀ ୱାଇ. ଶ୍ରୀନିବାସ ରାଓ ଓ ପ୍ରାଧିକରଣର ପି.ଏଲ୍.ଭି ଶ୍ରୀ ପ୍ରହ୍ଲାଦ ଡଙ୍ଗରୀ ଙ୍କୁ ସେହି ଗ୍ରାମକୁ ଯାଇ ସରପଞ୍ଚ ତଥା ସେହି ଦୁଇ ଭଉଣୀ ଙ୍କୁ ଦେଖା କରିବା ପାଇ ପଠାଇଲେ । ତାପରେ ସେମାନେ ସେହି ଦୁଇ ଜଣ ଝିଅ ଓ ସେହି ଗ୍ରାମର ଆଉ ତିନି ଜଣ ଝିଅ ଯେଉଁମାନେ ଦଶମ ଉତ୍ତୀଣ୍ଣ କଲାପରେ ମଧ୍ୟ ଆର୍ଥିକ ଅଭାବ ରୁ ପାଠ ପଢିବା ର ଆଗ୍ରହ ଥିଲେ ମଧ୍ୟ ଆଗକୁ ପଢିପାରୁନାହାନ୍ତି ସେମାନଙ୍କୁ ଦେଖାକଲେ । ଏହାପରେ ରାୟଗଡା ବ୍ଳକ ରିଟେନର ଓ ପି.ଏଲ୍.ଭି ସେମାନଙ୍କୁ ତାଙ୍କର ଫଟୋ ସମେତ ଆଧାରକାର୍ଡ ଓ ମାଟ୍ରିକ ସାଟିଫିକେଟ ର କପି ସହିତ ତା ୦୪.୦୮.୨୦୨୩ ଦିନ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ, ରାୟଗଡା ଅଫିସକୁ ଆସିବା ପାଇଁ କହିଲେ ।

ସେମାନେ ତା.୦୪.୦୮.୨୦୨୩ ଦିନରେ ତାଙ୍କର ଅଭିଭାବକଙ୍କ ସହିତ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ, ରାୟଗଡା ଅଫିସରେ ପହଞ୍ଛିଥିଲେ ଏବଂ ସେମାନଙ୍କର ସମସ୍ୟା ସମାଧାନ କରିବା ପାଇଁ ପୃଥକ ପୃଥକ ଦରଖାସ୍ତ ଜରିଆରେ ପ୍ରାଧିକରଣ ର ସଚିବ ଙ୍କୁ ଅନୁରୋଧ କଲେ । ତାପରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ, ରାୟଗଡା ର ସଚିବ ଙ୍କ ତରଫରୁ ରୋଜି ହୁଇକା ଓ ଅନାଲୁ ହୁଇକା ଦୁଇ ଜଣ ବାପା ମା ଛେଉଣ୍ଡ ହେଇଥିବାରୁ ସେମାନଙ୍କ ଦରଖାସ୍ତ ଟିକୁ ଶିଶୁ ମଙ୍ଗଳ କମିଟିଙ୍କୁ ପ୍ରେରଣ କଲେ ଓ ସେମାନଙ୍କୁ ଶିଶୁ ମଙ୍ଗଳ କମିଟି ଙ୍କ ଆଗରେ ଉପସ୍ଥିତ ହେବା ପାଇଁ କହିଲେ ଏବଂ ଶିଶୁ ମଙ୍ଗଳ କମିଟି ଙ୍କୁ ଚିଠିରେ ସେହି ଝିଅମାନଙ୍କର ଭରଣପୋଷଣ ଓ ପାଠ ପଢା ଦାୟିତ୍ୱ ନେବା ପାଇ ଅନୁରୋଧ କଲେ ।

ସେହିପରି ଅନ୍ୟ ତିନି ଜଣ ଝିଅ ଅନୂସୂଚିତ ଉପଜାତିର ହେଇଥିବାରୁ ସେମାନଙ୍କର ଦରଖାସ୍ତ ଜିଲ୍ଳା କଲ୍ୟାଣ ଅଧିକାରୀ(DWO) ଙ୍କ ପାଖକୁ ସେମାନଙ୍କର ଭରଣପୋଷଣ ଓ ପାଠ ପଢା ଦାୟିତ୍ୱବହନ କରିବା ପାଇଁ ଅନୁରୋଧ କଲେ । ଜିଲ୍ଲା କଲ୍ୟାଣ ଅଧିକାରୀ ଓ ଜିଲ୍ଲା ଶିଶୁ ମଙ୍ଗଳ ଅଧ୍ୟକ୍ଷ, ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ, ରାୟଗଡା ର ସଚିବ ଙ୍କୁ ପ୍ରତିଶ୍ରୁତି ଦେଲେକି ଏହି ପାଞ୍ଚଜଣ ଝିଅଙ୍କର ଚଳଣୀ ଏବଂ ପାଠପଢାର ସମସ୍ତ ଆର୍ଥିକ ଖର୍ଚ୍ଚ ସରକାରୀ ସ୍ତରରେ କିପରି ହୋଇପାରିବ ତାହାପାଇଁ ସେମାନେ ନିଶ୍ଚୟ ପଦକ୍ଷେପ ନେବେ । ସୂଚନା ଯେ ରୋଜି ହୁଇକା, ଅନାଲୁ ହୁଇକା, ସୀତା ହୁଇକା ଏବଂ ରଶ୍ମିତା ହୁଇକା ସ୍ଥାନୀୟ ଏସ୍.ଏସ୍.ଡି ସରକାରୀ କଲେଜ, କୁମ୍ଭାରପୁଟ ରେ +୨ ବିଜ୍ଞାନ ଓ ବାଣିଜ୍ୟରେ ନାମ ଲେଖାଇଛନ୍ତି ।