1.big news : ବାପ-ଝିଅ ସମେତ ୫ ଗିରଫ : ବଜ୍ରକାପ୍ତା କାତି ଜବତ

0
79
ବାପ-ଝିଅ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବୌଦ୍ଧ, (୦୯/୦୮) : ଦୁଇ ଦେଶୀ ବନ୍ଧୁକ ବଜ୍ରକାପ୍ତା କାତି ଜବତ । ବାପ-ଝିଅ ସମେତ ୫ ଗିରଫ । କୁଶଙ୍ଗ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ୨ ଟି ସ୍ଥାନରେ ଚଢ଼ାଉ ବେଳେ ଗିରଫ ।

ବାପ-ଝିଅ ନିକଟରୁ ବିଷାକ୍ତ ବୋମା, ତାର ଫାସ ଆଦି ଜବତ । ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା କୁସଙ୍ଗ ବନ୍ୟପ୍ରାଣୀ ବନାଞ୍ଚଳର କୁସଙ୍ଗ ରେଞ୍ଜ ଶ୍ରୀପାଜୁ ସେକକ୍ସନ ଅନ୍ତର୍ଗତ ପଦ୍ମତୋଳା ଗ୍ରାମରେ କିଛି ବନ୍ୟଜନ୍ତୁ ଶିକାରୀ ଲୁଚିଥିବା ବନ ବିଭାଗ ସୂଚନା ପାଇଥିଲା । ପରେ ମଙ୍ଗଳବାର ଦିନ ଭୋର ସକାଳୁ ବନ୍ୟଜନ୍ତୁ ଶିକାରୀଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ କରି ଉତ୍ତମ ପ୍ରଧାନ ଓ ତାଙ୍କ ଝିଅ ସାବିତ୍ରୀ ମାଝୀ ଙ୍କୁ ଗିରଫ କରିଛି ବନ୍ୟପ୍ରାଣୀ ବିଭାଗ । ସର୍ଚ୍ଚ ଅପରେସନ ସମୟରେ ଶିକାରୀ ଘରୁ ଗୋଟିଏ ଦେଶୀ ବନ୍ଧୁକ, ଶିକାର ରେ ବ୍ୟବହୃତ ଏକ ଟାଙ୍ଗିଆ, ବିଷାକ୍ତ ଗୋଳା, ଫାଶ, ବଜ୍ରକାପ୍ତା କାତି ଜବଦ କରାଯାଇଛି ।

ଅନ୍ୟପଟେ ଗୋଟିଏ ଦିନରେ କୁସଙ୍ଗ ରେଞ୍ଜ ଅଞ୍ଚଳର ୩ ଜଣ ଶିକାରୀ ନୟାଗଡ଼ ଜିଲ୍ଲା ଛାମୁଣ୍ଡିଆ ରେଞ୍ଜ ଅଞ୍ଚଳରେ ଶିକାର କରୁଥିବା ସମୟରେ କୌଣସି ମତେ ଖବର ପାଇ ଉକ୍ତ ରେଞ୍ଜ ଅଧିକାରୀ ଓ କର୍ମଚାରୀଙ୍କ ଉଦ୍ୟମରେ ୩ ଶିକାରୀ ବିଭାଗ ହାବୁଡ଼ରେ ପଡ଼ିଥିଲେ l ଶିକାରୀ ଙ୍କ ନିକଟରୁ ଏକ ଦେଶୀ ବନ୍ଧୁକ, ଫାସ ଜବତ କରି ବିଭାଗ ଅଭିଯୁକ୍ତ ଶିକାରୀ ଙ୍କୁ କୋଟ ଚାଲାଣ କରାଯାଇଥିବା ମହାନଦୀ ବନ୍ୟ ଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।