1. Best news : ଅଞ୍ଜଲିନା ପ୍ରଧାନଙ୍କୁ ସୁବର୍ଣ୍ଣପୁର ଜିଲ୍ଲାର ଏଡିଏମ୍ ଭାବେ ନିଯୁକ୍ତି

0
55
ଅଞ୍ଜଲିନା ପ୍ରଧାନଙ୍କୁ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୦୯/୦୮) : ସମ୍ବଲପୁରର ଅତିରିକ୍ତ ଉପ ଜିଲ୍ଲାପାଳ ଅଞ୍ଜଲିନା ପ୍ରଧାନଙ୍କୁ ସୁବର୍ଣ୍ଣପୁର ଏଡିଏମ୍ ଭାବେ ବଦଳି ହୋଇଛି ।

ଅଞ୍ଜଲିନା ପ୍ରଧାନ ଦୀର୍ଘ ବର୍ଷ ହେଲା ସମ୍ବଲପୁରରେ ବିଭିନ୍ନ ପଦ ପଦବୀରେ ରହି ସୂଚାରୁ ରୂପେ କାର୍ଯ୍ୟଭାର ସମ୍ଭାଳି ଆସୁଥିଲେ । ସମାଜସେବୀ ଅଧିକାରୀ ଭାବେ ସମ୍ବଲପୁରରେ ତାଙ୍କର ଖୁବ୍ ସୁନାମ ରହିଛି । ସେ ନିଜ ଅଙ୍ଗଦାନ କରିଥିବା ସହ ବହୁ ବାର ରକ୍ତଦାନ ମଧ୍ୟ କରିଛନ୍ତି । କରୋନା ମହାମାରି ସମୟରେ ମଧ୍ୟ ସେ ଦକ୍ଷତାର ସହ ନିଜ କାର୍ଯ୍ୟ ନିର୍ବାହ କରିଥିଲେ । ମନ୍ଦିରମାଳିନୀ ତଥା ସଂସ୍କୃତି ସମ୍ପର୍ଣ୍ଣ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଭାବେ ଅଞ୍ଜଲିନାଙ୍କ ପଦୋନ୍ନତି ତଥା ବଦଳି ହୋଇଥିବାରୁ ସେ ଖୁବ୍ ଖୁସି ପ୍ରକାଶ କରିଛନ୍ତି । ରାଜ୍ୟ ସରକାରଙ୍କ ବିିଭିନ୍ନ ଜନ ହିତକର ଯୋଜନାର ସୁଫଳ କିଭଳି ଜନସାଧାରଣଙ୍କୁ ଉପଲବ୍ଧ ହେବ ମୁଁ ସେନେଇ ସର୍ବଦା ଚେଷ୍ଟା କରିବି ବୋଲି କହିଛନ୍ତି l