1.Big News : ଆମ୍ବୁଲାନ୍ସକୁ ଧକ୍କା ଦେଲା ମାଲବାହୀ ଟ୍ରେନ

0
86
ଆମ୍ବୁଲାନ୍ସକୁ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୧୦/୮) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବିଷମକଟକ ବ୍ଳକ ସୀମାନ୍ତ ବୃନ୍ଦାବାଡିଠାରେ ଏକ ଆମ୍ବୁଲାନ୍ସକୁ ମାଲବାହୀ ଟ୍ରେନ ଧକ୍କା ଦେଇଛି ।WhatsApp Image 2023 08 10 at 17.52.00 1.Big News : ଆମ୍ବୁଲାନ୍ସକୁ ଧକ୍କା ଦେଲା ମାଲବାହୀ ଟ୍ରେନ

ଓଡ଼ିଶା ମୋ ପରିବାର ଆମ୍ବୁଲାନ୍ସକୁ ମାଲବାହୀ ଟ୍ରେନ ଧକ୍କା ଦେବା ଫଳରେ ଆମ୍ବୁଲାନ୍ସ କ୍ଷତିଗ୍ରସ୍ତ ହୋଇଛି । ହେଲେ ଏଥିରେ କେହି ମୃତାହତ ହୋଇନାହାନ୍ତି । ଘଟଣାରୁ ପ୍ରକାଶ ଯେ, ଓଡ଼ିଶା ମୋ ପରିବାର ଆମ୍ବୁଲାନ୍ସ କଲ୍ୟାଣସିଂହପୁର ଠାରୁ ଜଣେ ରୋଗୀକୁ ଧରି ବିଷମକଟକ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଏହାପରେ ଖାଲି ଗାଡି ନେଇ କଲ୍ୟାଣସିଂହପୁର ଫେରିବା ସମୟରେ ଏକ ସବ୍ ରାସ୍ତାରେ ଯିବା ପାଇଁ ଆମ୍ବୁଲାନ୍ସ ଉଦ୍ୟମ କରିଥିଲା ।

ସେହି ରାସ୍ତା ଉପରେ ଥିବା ରେଳ ଧାରଣା ପାର ହୋଇ ଯିବା ସମୟରେ ଏହି ଦୁର୍ଘଟଣା ଘଟିଛି । ତେବେ ଟ୍ରେନ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ବଡ ଦୁର୍ଘଟଣା ଏଡାଇ ଦିଆଯାଇଛି । ସ୍ଥାନୀୟ ଲୋକମାନେ ପହଞ୍ଚି ଆମ୍ବୁଲାନ୍ସକୁ ରେଳ ଧାରଣାରୁ ବାହାର କରିଥିଲେ । ଏହି ଖବର ଶୁଣିବା ପରେ କଲ୍ୟାଣସିଂହପୁର ଠାରୁ ବୃନ୍ଦାବନ ପାଢ଼ୀ ଓ ଏମ ଧର୍ମେନ୍ଦ୍ର ଘଟଣା ସ୍ଥଳରେ ପହଞ୍ଚି ମୋ ପରିବାର ଗାଡି କୁ ତଦାରଖ କରିବା ପାଇଁ ପହଞ୍ଚିଛନ୍ତି । ମୋ ପରିବାର ଗାଡିକୁ ରେଳ ବିଭାଗ ର ଆରପି ଏଫ ମୁନିଗୁଡା ନେଇଛନ୍ତି । ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ।