ବେଆଇନ ବଜ୍ରକାପ୍ତା ଚୋରା ଚାଲାଣ ବେଳେ ଚଢ଼ାଉ କଲା ବାଲିଗୁଡା ବନଖଣ୍ଡ : ଚାରି ଗିରଫ

0
152

ରିପୋର୍ଟ : ବିଭୁତି ଲହରିୟା
ବାଲିଗୁଡା,(୧/୦୯) : ବେଆଇନ ବଜ୍ରକାପ୍ତା ଚୋରା ଚାଲାଣ ବେଳେ ବାଲିଗୁଡା ବନ ବିଭାଗ ର ଚଢ଼ାଉ କରିଛି l ଜୀବନ୍ତ ବଜ୍ରକାପ୍ତା କୁ ଉଦ୍ଧାର କରିବା ସହ ଚାରି ଜଣ କୁ ଗିରଫ କରିଛି ବନ ବିଭାଗ ର ମିଳିତ ଟିମ l ଚୋରା ଚାଲାଣ ପାଇଁ ସଜବାଜ ସମୟରେ ଗ୍ରାହକ ବେଶ ରେ ମାଡି ବସିଲା ବନବିଭାଗ ର ଦଶ ଜଣିଆ ଟିମ lWhatsApp Image 2021 09 02 at 10.07.15 AM 1 ବେଆଇନ ବଜ୍ରକାପ୍ତା ଚୋରା ଚାଲାଣ ବେଳେ ଚଢ଼ାଉ କଲା ବାଲିଗୁଡା ବନଖଣ୍ଡ : ଚାରି ଗିରଫ

ବାଲିଗୁଡା ବନଖଣ୍ଡ ର ଡିଏଫଓ ବିଶ୍ୱରାଜ ପଣ୍ଡା ଙ୍କ ନିର୍ଦ୍ଦେଶ ଅନୁଯାୟୀ ଦୁଇ ଜଣ ଏ. ସି. ଏଫ ଙ୍କ ନେତୃତ୍ୱ ରେ ଦଶ ଜଣିଆ ଟିମ ବାଲିଗୁଡା ରେଞ୍ଜ ମିଡ଼ିଆକିଆ ଗାଁ ରେ ପହଞ୍ଚିଥିଲେ l ଗ୍ରାହକ ଭାବେ ବେଆଇନ ବଜ୍ରକାପ୍ତା ଚୋରା ଚାଲାଣ ଡ଼ିଲ ବେଳେ ଏହି ଟିମ କରିବା ସହ ଚଢ଼ାଉ କରିଥିଲା l ଏହି ଘଟଣା ରେ କୋଟଗଡ଼ ଥାନା ପାରିଗଡ଼ ଗାଁ ର ଭୀମସେନ ବଡ଼ସେଟ, ଟିକାବାଲି ର ସୀତାଂଶୁ ମୁଖୀ, ମହାସିଂ ଗ୍ରାମ ର ମହାଦେବ ବେହେରଦଳାଇ, ଜଙ୍ଗୁଗାଁ ର ଶୁକଦେବ ଦିଗାଲ ମୋଟ ଚାରି ଜଣ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି l

ତେବେ ଉଦ୍ଧାର ବଜ୍ରକାପ୍ତା ର ଲମ୍ବ ୧୦୫ ସେଣ୍ଟି ମିଟର ହୋଇଥିବା ବେଳେ ଓଜନ ଦଶ କେଜି ରହିଥିବା ବାଲିଗୁଡା ଡିଏଫଓ ବିଶ୍ୱରାଜ ପଣ୍ଡା ସୂଚନା ଦେଇଛନ୍ତି l ଏହି ଚଢ଼ାଉ ରେ ଏସିଏଫ ଡ଼ ରୁଦ୍ର ପ୍ରସାଦ ରଥ, ସୌମ୍ୟ ରଞ୍ଜନ ସାହୁ, ରେଞ୍ଜର ଉଦିତ ପ୍ରଧାନ, ଫରେଷ୍ଟର ମାନସ ସାହୁ ସାମିଲ ହୋଇ ଜୀବନ୍ତ ବଜ୍ରକାପ୍ତା କୁ ଉଦ୍ଧାର କରିଛନ୍ତି |