1. Best News : ହଷ୍ଟେଲ ଛାତରୁ ଡେଇଁ ଯୁବକ ମୃତ, ପୋଲିସର ତଦନ୍ତ ଜାରି

0
63
ହଷ୍ଟେଲ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୧୨/୦୮) : ରାଗିଙ୍ଗ ନେଲା ଜୀବନ । ହଷ୍ଟେଲ ଛାତରୁ ଡେଇଁ ପଡିଲେ ଛାତ୍ର। କଲିକତାର ଯାଦଵପୁର ବିଶ୍ୱବିଦ୍ୟାଳୟରେ ରାଗିଙ୍ଗ ଶୀକାର ହେବାପରେ ଜଣେ ଛାତ୍ରଙ୍କର ମୃତ୍ୟୁ ହୋଇଛି ।

ସ୍ଵପ୍ନଦିପ କୁଣ୍ଡୁ ଯାଦବପୁର ବିଶ୍ୱବିଦ୍ୟାଳୟର ପ୍ରଥମ ବର୍ଷର ଛାତ୍ର ଥିଲେ । ଗତ ଅଗଷ୍ଟ ୩ ତାରଖରେ ସେ କମ୍ପୁଟର ବିଜ୍ଞାନ ବିଭାଗରୁ କଲେଜ ପାଠପଢା ଆରମ୍ଭ କରିଥିଲେ । ହେଲେ ବୁଧବାର ରାତିରେ ୧୧ ଟା ୪୫ ସମୟରେ ହଠାତ ସେ ହଷ୍ଟେଲର ଦ୍ଵିତୀୟ ମହଲାରୁ ଖସି ପଡି କ୍ଷତ ବିକ୍ଷତ ହୋଇଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ଡାକ୍ତରଖାନାକୁ ସ୍ତାନାନ୍ତରଣ କରାଯାଇଥିଲା । ହେଲେ ଗୁରୁବାର ସକାଳେ ଛାତ୍ରଙ୍କର ଅଚାନକ ମୃତ୍ୟୁ ହୋଇଛି ।

ସ୍ଵପ୍ନଦିପଙ୍କ ମୃତ୍ୟୁରେ ସାରା ପରିବାର ଶୋକରେ ଥିବାବେଳେ ତାଙ୍କ ମାଆ ଛାତ୍ରଙ୍କ ସହ ରାଗିଙ୍ଗ ହୋଇଥିବା ଅଭିଯୋଗ ଆଣିଛନ୍ତି । ହଷ୍ଟେଲ ଛାତରୁ ଖସିପଡିବା ପୂର୍ବରୁ ଛାତ୍ର ଜଣଙ୍କ ନିଜ ମାଆଙ୍କ ସହ କଥା ହୋଇଥିଲେ । ଯେଉଁଥିରେ ତାଙ୍କୁ ହଷ୍ଟେଲରେ ଭୟ ଲାଗୁଛି ଵୋଲି ସେ ମାଆଙ୍କୁ ଜଣାଇଵା ସହ ତାଙ୍କୁ ହଷ୍ଚେଲରୁ ଘରକୁ ନେଇଯିଵାକୁ ଗୁହାରି କରିଥିଲେ । ଛାତ୍ରଙ୍କ ମୃତ୍ୟୁପରେ ତାଙ୍କ ପରିଵାର ଵର୍ଗ କଡା କାର୍ଯ୍ୟାନୁଷ୍ଟାନ ଦାଵିକରିଵା ସହ ଛାତ୍ରଙ୍କ ପାଇଁ ଉଚିତ ନ୍ୟାୟ ମାଗିଛନ୍ତି ।

ତେବେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିନଥିବାବେଳେ ରାଗିଙ୍ଗର ଅଭିଯୋଗ ଆସୁଛି। ବାରମ୍ୱାର ରାଗିଙ୍ଗ ପାଇଁ ଅନେକଙ୍କ ଜୀବନ ଯାଉଛି। ରାଗିଙ୍ଗ କଲେଜରେ ବ୍ୟାନ ହୋଇଥିବାବେଳେ ପୁଣି ଏଭଳି ଘଟଣା ସାମ୍ନାକୁ ଆସୁଛି।