1. Best News : ଲଳିତ ନାଏକ ଫାଉଣ୍ଡେସନ ପକ୍ଷ ରୁ ଶ୍ରମିକ ଙ୍କ ଚକ୍ଷୁ ଚିକତ୍ସା ଶିବିର ଉଦଘାଟନ

0
73
ଲଳିତ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୩/୦୮) : ଓଡିଶା ରାଜ୍ୟ ପଣ୍ୟlଗାର ନିଗମ ସୋନପୁର ଠାରେ ଲଳିତ ନାଏକ ଫାଉଣ୍ଡେସନ ବାଲାଙ୍ଗୀର ପକ୍ଷ ରୁ ଶ୍ରମିକ ମାନଙ୍କ ପାଇଁ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଆଜି ଅନୁଷ୍ଠିତ ହୋଇ ଯାଇଛି lWhatsApp Image 2023 08 13 at 19.54.20 1. Best News : ଲଳିତ ନାଏକ ଫାଉଣ୍ଡେସନ ପକ୍ଷ ରୁ ଶ୍ରମିକ ଙ୍କ ଚକ୍ଷୁ ଚିକତ୍ସା ଶିବିର ଉଦଘାଟନ

ମହାନଦୀ ନେତ୍ର ଚିକିତ୍ସାଳୟ ପାଣ୍ଡପାଲି ବୀରମହାରାଜପୁର ର ମିଳିତ ଆନୁକୂଲ୍ୟ ରେ ଅନୁଷ୍ଠିତ ଏହି ଶିବିର କୁ ସୁବର୍ଣ୍ଣପୁର ଅତିରିକ୍ତ ଜ଼ିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ ଉଦଘାଟନ କରିଥିଲେ l ଏବଂ ତୁଳସୀ ର ବାସ୍ନା ଭଳି ଛାତ୍ର ଜୀବନ ରୁ ଲଳିତ ନାଏକ ଙ୍କ ସେବା ଓ ପ୍ରତିଭା ସ୍ପଷ୍ଟ ବାରି ହୋଇ ପଡୁଥିଲା ବୋଲି ମତ ରଖି ସବୁବେଳେ ଶ୍ରୀ ନାଏକ ଙ୍କ ବଚନ ଓ ଆଚରଣ ସମାନ ଥିଲା ବୋଲି ଏଡିଏମ ଶ୍ରୀ ଦାଶ କହିଥିଲେ l ସମ୍ମାନିତ ଅତିଥି ଭାବେ ନୂତନ ଏସ ଡି ପି ଓ ଶ୍ରୀ ରାଜ କିଶୋର ମିଶ୍ର ଯୋଗ ଦେଇ ଦୁର୍ଗତ ମାନଙ୍କ ର ବନ୍ଧୁ ଲଳିତ ନାଏକ ବୋଲି ମତ ରଖି ଏ ଅଞ୍ଚଳ ର ଶିକ୍ଷା ସ୍ୱାସ୍ଥ୍ୟ ଦିଗରୁ ତାଙ୍କ ଏକ ଭିନ୍ନ ଭିଜନ ଥିଲା ବୋଲି କହିଥିଲେ l

ସଭାରେ ସମାଜସେବୀ ମନୋରଞ୍ଜନ ତ୍ରିପାଠୀ ଓ ଲଳିତ ଫାଉଣ୍ଡେସନ ର କୋଡିନେଟର ବିବେକ ନାଏକ (ବବୁଲୁ ) ଅତିଥି ଭାବେ ଯୋଗ ଦେଇ ସୋନପୁର ଅଞ୍ଚଳ ରେ ବିଭିନ୍ନ କ୍ଷେତ୍ର ରେ ଥିବା ଫାଉଣ୍ଡେସନ ର ସେବା କାର୍ଯ୍ୟ ଓ ଅବଦାନ ଉପରେ ଆଲୋକପାତ କରି ସଂଗଠନ ର ଉଜ୍ବଳ ଭବିଷ୍ୟତ ପାଇଁ ସମସ୍ତ ଙ୍କ ସହଯୋଗ କାମନା କରିଥିଲେ l ଓ ଶ୍ରମିକ ଙ୍କ ସ୍ୱାସ୍ଥ୍ୟ ସୁଧାର ଓ ଏକତl ହିଁ ଏହାର ଲକ୍ଷ୍ୟ ବୋଲି କହିଥିଲେ l

ସଂଗଠନ ଉପଦେଷ୍ଟା ଅଙ୍କୁଶ ପାଣ୍ଡିଆ ସଭା ସଂଯୋଜନା କରିଥିବା ବେଳେ ଅଙ୍କିତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l ଏମ ଏନ ସି ପଣ୍ଡାପାଲି ର ଛଅ ଜଣ ଟେକନିସିଆନ ସୁଜିତ ଥlପା, ଶିବ ଶଙ୍କର ଭୋଇ, ଦିବ୍ୟା ମେହେର, ଲିପିକା ବେହେରା, ଚନ୍ଦ୍ର ଶେଖର ନନ୍ଦ, ମନୋଜ ସାହୁ, ପ୍ରମୁଖ ଶତାଧିକ ଶ୍ରମିକ ଙ୍କ ଚକ୍ଷୁ ପରୀକ୍ଷା କରି ପାଞ୍ଚ ଜଣ ଶ୍ରମିକ ଙ୍କୁ ମାଗଣା ଅପରେସନ କରିବେ ବୋଲି ସୂଚନା ମିଳିଛି l