1. Best News : ବନବିଭାଗ ପକ୍ଷରୁ ଡଃ ଗିରିଧର ଉଚ୍ଚ ବିଦ୍ୟାଳୟ ଏମ୍ କେ ରାଇ ରେ ଚିତ୍ରାଙ୍କନ ପ୍ରତିଯୋଗିତା

0
69
ବନବିଭାଗ

ରିପୋର୍ଟ : ଲୋକନାଥ ସାହୁ
ଗୁଡ଼ାରୀ, (୧୩/୦୮) : ରାୟଗଡା ଜିଲ୍ଲା ଗୁଡ଼ାରୀ ବ୍ଲକ ଏମ୍ କେ ରାଇ ଗ୍ରାମ ପଞ୍ଚାୟତ ନିକଟସ୍ଥ ଡ଼ଃ ଗିରିଧର ହାଇସ୍କୁଲ ଏମେକରାଇ ପରିସରରେ ୬୯ ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ଚିତ୍ରାଙ୍କନ ପ୍ରତିଯୋଗିତା ଆରମ୍ଭ ହୋଇଛି l

ଏହି ପ୍ରତିଯୋଗିତାରେ ଡ଼ଃ ଗିରିଧର ହାଇସ୍କୁଲ, ସରକାରୀ ଉଚ୍ଚ ବିଦ୍ୟାଳୟ ଗୁଡ଼ାରୀ, ସରକାରୀ ଉଚ୍ଚ ବିଦ୍ୟାଳୟ କଦମା ଓ ଅନ୍ବେଷା ହଷ୍ଟେଲ ଗୁଡ଼ାରୀ ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ l ଏହି ଚିତ୍ରାଙ୍କନ ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ କୁ ୫ ହଜାର, ଦ୍ଵିତୀୟ ସ୍ଥାନ ୪ ହଜାର ଓ ତୃତୀୟ ସ୍ଥାନ କୁ ୩ ହଜାର ଟଙ୍କା ପୁରସ୍କୃତ କରାଯିବ l ରାୟଗଡା ବନଖଣ୍ଡ ଅଧିକାରୀ ଙ୍କ ଅଧୀନରେ ଥିବା ୭ ଟି ବନାଞ୍ଚଳ ଅଧିକାରୀ ଙ୍କ କାର୍ଯ୍ୟାଳୟ ରୁ ଯାଇଥିବା ଚିତ୍ରାଙ୍କନ କୁ ପୁରସ୍କୃତ କରାଯିବ l

ମୋଟ ୩୬ ଜଣ ଜୁନିଅର ୭ ଜଣ ଓ ସିନିୟର ୨୯ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ l ଏହି ପ୍ରତିଯୋଗିତାରେ ଜୁନିଅର କୁ ବନାଗ୍ନି ଓ ବନ୍ୟପ୍ରାଣୀ ଓ ସିନିୟର କୁ ଆମ ସଂସ୍କୃତି ରେ ବନ୍ୟପ୍ରାଣୀ ଦିଆଯାଇଥିଲା l ବନାଞ୍ଚଳ ଅଧିକାରୀ ଶ୍ରୀ ଦିଲୀପ କୁମାର ପଟ୍ଟନାୟଙ୍କ ତତ୍ତ୍ବାବଧାନ ରେ Dy Ro ଶ୍ରୀ ଗଙ୍ଗାଧର ମିଶ୍ର ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ଏହି ପ୍ରତିଯୋଗିତା ୨ ଘଣ୍ଟା ସମୟ ଚିତ୍ରାଙ୍କନ ପାଇଁ ଧାର୍ଯ୍ୟ କରାଯାଇଥିଲା l

ଏହି କାର୍ଯ୍ୟକ୍ରମରେ ବନପାଳ ସୁଶ୍ରୀ ସୁଶିଳା ମଲିକ, PNGO ଓ ବନବିଭାଗ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ l ଶେଷରେ ଶ୍ରୀ ମିଶ୍ର କହିଲେ କି ଆଜି କିଛି ସ୍କୁଲ ଯୋଗ ଦେଇନାହାଁନ୍ତି ତେଣୁ ଅଉ ଗୋଟିଏ ଦିନ ରେ ଚିତ୍ରାଙ୍କନ ପ୍ରତିଯୋଗିତା କରାଯିବ ବୋଲି ସୂଚନା ଦେଇଥିଲେ l