1. Best News : ୭୭ ତମ ସ୍ବାଧୀନତା ଦିବସ ଅବସରରେ ଜାତୀୟ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ

0
91
୭୭ ତମ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୧୫/୦୮) : ଦେଶ ପାଳୁଛି ୭୭ ତମ ସ୍ବାଧୀନତା ଦିବସ । ସାରା ଦେଶରେ ଫରଫର ହୋଇ ଉଡୁଛି ତ୍ରିରଙ୍ଗା । ୭୭ ତମ ସ୍ବାଧୀନତା ଦିବସ ଅବସରରେ ଐତିହାସିକ ଲାଲ୍‌କିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ ମୋଦି

୭୭ ତମ ସ୍ବାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ଶୁଭେଛା ଜଣାଇଲେ ପ୍ରଧାନମନ୍ତ୍ରୀ । ଟ୍ବିଟି କରି ଦେଶବାସୀଙ୍କୁ ସଶକ୍ତ ଭାରତ ଗଠନ ପାଇଁ ଦେଲେ ଆହ୍ବାନ । ଏହା ସହ ଦେଶବାସୀଙ୍କୁ ସମ୍ବୋଧିତ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ସହ ସ୍ୱାଧୀନତାର ଅମୃତ ମହୋତ୍ସବର ସମାପନ ସହ ଦେଶ ଅମୃତ ଯୁଗରେ ପ୍ରବେଶ କରିବ । ଦୁଇ ବର୍ଷ ପୂର୍ବେ ଅହମ୍ମଦାବାଦର ସାବରମତି ଆଶ୍ରମରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ଐତିହାସିକ କ୍ଷଣର ଶୁଭାରମ୍ଭ ହୋଇଥିଲା ।

ସେପଟେ ଲାଲକିଲାରେ ସମଗ୍ର ବିଶ୍ୱରୁ ୧୮ଶହ ସ୍ୱତନ୍ତ୍ର ଅତିଥିଙ୍କୁ ନିମନ୍ତ୍ରଣ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ସ୍ୱାଧୀନତା ଦିବସ ପାଇଁ ରାଜଧାନୀ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଲାଲକିଲା ଆଖପାଖରେ ୧୦ହଜାରରୁ ଅଧିକ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି ।