1. Best News : ଗୁଣୁପୁର ସିମାଞ୍ଚମ ବସ କୁ ଆରମ୍ଭ କଲେ ଜିଲ୍ଲାପରିଷଦ ଅଧ୍ୟକ୍ଷ

0
58
ଗୁଣୁପୁର

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୦/୮) : ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ଆନ୍ଧ୍ରର ଗୋଟିଏ ବସ ଆଜି ଗୁଣୁପୁର ଠାରୁ ସିମାଞ୍ଚଳମ ଅଭିମୁଖେ ଯାତ୍ରା ଆରମ୍ଭ କରିଛି ।

ଆଜି ସକାଳେ ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଗାଵରା ତିରୁପତି ରାଓ ଗୁଣୁପୁର ଠାରେ ଏ ପି ଏସ ଆର ଟି ସି ବସ ଗୁଣୁପୂର ଠାରୁ ସିମାଞ୍ଚଳ ଭାୟା ପାରଳାଖେମୁଣ୍ଡି କୁ ନଲିଫିତା କାଟି ଆରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମ ରେ କାଉନ ସିଲର କେ ରାମରାଓ, ଶିକ୍ଷକ ଏମ ଶ୍ରୀନିବାସ, ଦେବରାଜ ଜେନା ଉପସ୍ଥିତ ରହି ଆରମ୍ଭ କରିଥିଲେ । ଏହା ଦ୍ୱାରା ଲୋକେ ଭଲ ଯାତାୟାତ ସୁବିଧା ପାଇବେ ବୋଲି ଶ୍ରୀ ରାଓ କହିଛନ୍ତି ।