1. Big News : ବିଷାକ୍ତ କୀଟ କାମୁଡ଼ାରେ ବାପା ଓ ଝିଅଙ୍କ ମୃତ୍ୟୁ

0
57
ବିଷାକ୍ତ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗଞ୍ଜାମ, (୨୬/୦୮) : କୀଟ ନେଲା ଜୀବନ, ବିଷାକ୍ତ କୀଟ କାମୁଡ଼ାରେ ମୃତ୍ୟୁ ବରଣ କଲେ ବାପ ଝିଅ ।

ବିଷାକ୍ତ କୀଟ କାମୁଡ଼ାରେ ବାପା ଓ ଝିଅଙ୍କ ମୃତ୍ୟୁ : ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଏନଏସି ଅନ୍ତର୍ଗତ ୧ ନମ୍ବର ୱାର୍ଡ କଞ୍ଜିଆପଲ୍ଲି ଗ୍ରମାରେ । ସୂଚନା ଅନୁଯାୟୀ ଗୁରୁବାର ରାତିରେ କରେଣ୍ଟ ନଥିବା ସମୟର ଗ୍ରାମର ଶିବରାମ ନାୟକ ପାରିବାର ସହ ଘରେ ଶୋଇଥିଲେ । ଏହି ସମୟରେ ଏକ କୀଟ ଉଭୟ ଶିବରାମ ଓ ତାଙ୍କର ୬ବର୍ଷ ଝିଅକୁ କମୁଡ଼ି ଦେଇଥିଲା । ଏହାପରେ ପାରିବାର ଲୋକେ ଉଭୟଙ୍କୁ ବୁଗୁଡ଼ା ମେଡ଼ିକାଲକୁ ଆଣିଥିଲେ, କିନ୍ତୁ ଡାକ୍ତର ସେଠାରେ ନାବାଳିକାକୁ ମୃତ ଘୋଷଣା କରିଥିଲେ । ସେପଟେ ଗୁରୁତର ଶିବରାମ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ଜଣା ପଡ଼ିଛି ।