1. Big News : ଅଜଣା ନମ୍ବରରୁ ଆସିଲା କଲ୍, ଆଇଟିଆଇ କଲେଜରେ ହୋହଲ୍ଲା କଲେ ପରିବାର ଲୋକେ

0
51
ଅଜଣା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପୁରୀ, (୨୬/୦୮) : ଅଜଣା ନମ୍ବରରୁ ଆସିଲା କଲ୍ ! ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକ ଅଧିନସ୍ଥ ବିଜୁ ପଟ୍ଟନାୟକ ଆଇଟିଆଇ କଲେଜର ଛାତ୍ରୀ ସ୍ୱର୍ଣ୍ଣଲତା ଜେନାଙ୍କ ଆତ୍ମହତ୍ୟା

ଅଜଣା ନମ୍ବରରୁ ଆସିଲା କଲ୍ ! ଇଲେକ୍ଟ୍ରିକାଲ ମେକାନିକାଲ ଦ୍ବିତୀୟ ବର୍ଷର ଛାତ୍ରୀ ଅଟନ୍ତି ସ୍ୱର୍ଣ୍ଣଲତା । ଛାତ୍ରୀ ଜଣଙ୍କ ନିଜ ଘରେ ଆତ୍ମହତ୍ୟା କରିଥିବା ବେଳେ ପରିବାର ଲୋକେ କିଛି ନ ବୁଝି ଶବକୁ ଅତି ତରବରିଆ ଭାବରେ ସତ୍କାର କରିଦେଇଥିଲେ । ଏହାର କିଛି ସମୟ ପରେ ସେହି ଝିଅର ମୋବାଇଲକୁ ବାରମ୍ବାର ଏକ ଅଜଣା ନମ୍ବରରୁ ଜଣେ ପୁଅର ଫୋନ କଲ ଆସୁଥିବାରୁ ପରିବାର ଲୋକେ ଜାଣିବା ପରେ ଏହା ଏକ ପ୍ରେମ ବ୍ୟାପାର ଘଟଣା ଏବଂ ସେଥିପାଇଁ ଝିଅ ଆତ୍ମହତ୍ୟା କରିଥିବା ନେଇ ଆତ୍ମୀୟମାନେ ଗୋପାଳପୁର ସ୍ଥିତି ଆଇଟିଆଇ କଲେଜରେ ହୋହଲ୍ଲା କରିଥିଲେ ।

ପରେ ଘଟଣାସ୍ଥଳରେ କୃଷ୍ଣପ୍ରସାଦ ପୋଲିସ ପ୍ରଶାସନ ସହିତ ପୁରୀ ସଦର SDPO ରବି ନାରାୟଣ ଭଞ୍ଜ ଏକ ସାଇଣ୍ଟିଫିକ୍ ଟିମ୍ ସହ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ପରେ କଲେଜରେ ଅନୁସନ୍ଧାନ କରିବା ସହ ଗାଁ ମଶାଣିକୁ ଯାଇ ସାଇଣ୍ଟିଫିକ୍ ଟିମ୍ ସାହାଯ୍ୟରେ ପାଉଁଶ ଆଡେଇ ମୃତ୍ୟୁର କାରଣ ଖୋଜିଛି ପୋଲିସ ଓ ସାଇଣ୍ଟଫିକ୍ ଟିମ୍ । ମୃତ ଛାତ୍ରୀଙ୍କ ଘରୁ ଛାତ୍ରୀଙ୍କ ମୋବାଇଲ ଓ ଆଇକାର୍ଡକୁ ଜବତ କରିଛି । ଗାଁ ସଭାପତିଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ତଦନ୍ତ କରୁଥିବା କୃଷ୍ଣପ୍ରସାଦ ଆଇଆଇସି ବସନ୍ତ ସାହୁ ସୂଚନା ଦେଇଛନ୍ତି ।