Big News : 2026 ଜାନୁଆରୀ ସୁଦ୍ଧା ଡେଙ୍ଗୁ ଟିକା

0
67
2026

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୨୬/୦୮) : 2026 ଜାନୁଆରୀ ସୁଦ୍ଧା ଡେଙ୍ଗୁ ଟିକା । ଭାରତର ଟିକା ପ୍ରସ୍ତୁତକାରୀ କମ୍ପାନୀ ଆଇଆଇଏଲ ବା ଇଣ୍ଡିଆନ ଇମ୍ୟୁନୋଲଜିକାଲ ଲିମିଟେଡ ପକ୍ଷରୁ ୨୦୨୬ ଜାନୁଆରୀ ସୁଦ୍ଧା ଡେଙ୍ଗୁ ପ୍ରତିରୋଧକ ଟିକା ପ୍ରସ୍ତୁତ କରାଯିବ ବୋଲି କୁହାଯାଇଛି ।

2026 ଜାନୁଆରୀ ସୁଦ୍ଧା ଡେଙ୍ଗୁ ଟିକା : ବିଗତ କିଛିବର୍ଷ ଧରି ଭାରତରେ ଡେଙ୍ଗୁ ଆତଙ୍କ ସୃଷ୍ଟି କରିଥିବାବେଳେ ଏପର୍ଯ୍ୟନ୍ତ ଟିକା ଉଦ୍ଭାବନ ହୋଇପାରିନାହିଁ । ଚଳିତବର୍ଷ ଜାନୁଆରୀରୁ ଜୁଲାଇ ୩୧ ମଧ୍ୟରେ ଭାରତରେ ୩୧ ହଜାର ୪୬୪ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ୩୬ ଜଣଙ୍କର ମୃତ୍ୟୁ ଘଟିଛି । ତେବେ କୋଭିଡ୍ ଯୋଗୁଁ ୨୦୨୧-୨୨ରେ ସଂକ୍ରମଣ ହାର ୨୧ ପ୍ରତିଶତକୁ ହ୍ରାସ ପାଇଥିଲା ।

ବର୍ତ୍ତମାନ ଡେଙ୍ଗୁ ପାଇଁ ଉଦ୍ଦିଷ୍ଟ ଟିକା ପରୀକ୍ଷାମୂଳକ ସ୍ତରରେ ରହିଛି । ୧୮ ରୁ ୫୦ ବର୍ଷ ବୟସର ୯୦ ଜଣଙ୍କୁ ଏହି ଟିକା ଦିଆଯାଇଥିବା ବେଳେ ସେମାନଙ୍କ ଶରୀରରେ କୌଣସି ପାର୍ଶ୍ଵ ପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ ବୋଲି ଆଇଆଇଏଲ ଏମ୍‌ଡି କହିଛନ୍ତି । ବର୍ତ୍ତମାନ ଡେଙ୍ଗୁ ପାଇଁ ଉଦ୍ଦିଷ୍ଟ ଟିକା ପରୀକ୍ଷାମୂଳକସ୍ତରରେ ରହିଛି।