1. Top News: ଅଙ୍ଗନବାଡି କର୍ମୀ ନିଯୁକ୍ତି ନିମନ୍ତେ ସାର୍ଟିଫିକେଟ ଯାଞ୍ଚ

0
53
ଅଙ୍ଗନବାଡି

ରିପୋର୍ଟ : ଲୋକନାଥ ସାହୁ
ଗୁଡ଼ାରି, (୩୧/୦୮) : ରାୟଗଡା ଜିଲ୍ଲା ଗୁଡ଼ାରୀ ବ୍ଲକ ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟ ପରିସରରେ ଆଜି ବ୍ଲକରେ ୪ ଗୋଟି ଅଙ୍ଗନବାଡି କର୍ମୀ ନିଯୁକ୍ତି ନିମନ୍ତେ ଚୟନ ବୈଠକ ଅନୁଷ୍ଠିତ ହୋଇଥିଲା ।

ଅଙ୍ଗନବାଡି କର୍ମୀ ନିଯୁକ୍ତି ନିମନ୍ତେ ସାର୍ଟିଫିକେଟ ଯାଞ୍ଚ : ବ୍ଲକ ର ମଧୁବନ ଗ୍ରାମ ପଞ୍ଚାୟତ ର ରାଚାମ, ରେଙ୍ଗାପାଡୁ ଓ ବଲିଗୁଡା ନିମନ୍ତେ ୧୭ ଜଣ ପ୍ରାର୍ଥୀନି ଆବେଦନ କରିଛନ୍ତି । ସେହିପରି ଏମ୍.କେ.ରାଇ ଗ୍ରାମ ପଞ୍ଚାୟତର ଜଳନିଧି ର ସୌରା ସାହି ନିମନ୍ତେ ମୋଟ ୭ ଜଣ ପ୍ରାର୍ଥୀନି ଆବେଦନ କରିଥିବା ଜଣାପଡିଛି । ସିଡିପିଓ ସବିତା ରାଣୀ ବ୍ରହ୍ମା ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରତ୍ନମୟୀ ପୁରୋହିତ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ପ୍ରଦୀପ କୁମାର ଶର୍ମା, ସ୍ଥାନୀୟ ଡାକ୍ତର ନିହାର ରଞ୍ଜନ ରଣସିଂ ଓ ବିଏସେଏସଓ ଦେବବ୍ରତ ସେଠି ଉପସ୍ଥିତ ରହି ଚୟନ ପ୍ରକ୍ରିୟା ରେ ଉପସ୍ଥିତ ଥିବା ପ୍ରାର୍ଥନୀ ମାନଙ୍କ ସମସ୍ତ ସାର୍ଟିଫିକେଟ ଯାଞ୍ଚ କରୁଥିବା ଜଣାପଡ଼ିଛି ।

ବ୍ଲକର ମୋଟ ୪ ଗୋଟି ପଦବୀ ନିମନ୍ତେ ୨୪ ଜଣ ପ୍ରାର୍ଥୀନି ଆବେଦନ କରିଥିବା ଜଣାପଡ଼ିଛି । ଆସନ୍ତା ୭ ଦିନ ପରେ ଯଦି ସମ୍ପୃକ୍ତ ଗାଁ ଗୁଡ଼ିକ ର କୌଣସି ଅଭିଯୋଗ ନପହଞ୍ଚିବ ତେବେ ୪ ଜଣ ଯୋଗ୍ୟ ବିବେଚିତ ପ୍ରାର୍ଥୀନିଙ୍କୁ ନିଯୁକ୍ତି କରାଯିବ ।