1. Best Sports News: ଅଲମ୍ପିକ୍ ଆସୋସିଏସନ୍ ବିଶାଖାପାଟଣା ତରଫରୁ ବିଷମ କଟକ ଝିଅ ବି.ଭିନିଲାକୁ ସ୍ଵାଗତ ସମ୍ବର୍ଦ୍ଧନା

0
82
ଅଲମ୍ପିକ୍ ଆସୋସିଏସନ୍

ରିପୋର୍ଟ : ନରୋତ୍ତମ ପାଢ଼ୀ
ବିଷମ କଟକ, (୦୨/୦୯) : ଅଲମ୍ପିକ୍ ଆସୋସିଏସନ୍ ବିଶାଖାପାଟଣା ତରଫୁରୁ ବିଶାଖାପାଟଣା ୟୁନିଭରସିଟି ଠାରେ ଆୟୋଜିତ କାର୍ଯ୍ୟକ୍ରମ ରେ ବିଷମ କଟକ ଝିଅ ବି.ଭିନିଲ ।

ଅଲମ୍ପିକ୍ ଆସୋସିଏସନ୍ ବିଶାଖାପାଟଣା ତରଫରୁ ବିଷମ କଟକ ଝିଅ ବି.ଭିନିଲା କୁ ମାନପତ୍ର ସହ ୧୦ ହଜାର ଆର୍ଥିକ ରାଶି ପ୍ରଦାନ କରାଯାଇଛି ଏକାଦଶ ତମ ଜାତୀୟ ଚେସ୍‌ ବକ୍ସିଙ୍ଗ ସିନିୟର୍ ଟର୍ଣ୍ଣାମେଣ୍ଟ ରେ ୪୮ କିଲୋ ମହିଳା ବର୍ଗରେ ସ୍ଵର୍ଣ ପଦକ ଜିତି ଗୌରବ ଆଣିଥିବା ବିଷମ କଟକ ଝିଅ କୁ ଆନ୍ଧ୍ରପ୍ରଦେଶ ୟୁନିଭର୍ ସିଟିରେ ସ୍ଵାଗତ ।

ସେ ବିଷମକଟକ ବାସିନ୍ଦା ପିତା ବି.ବିଶେଶ୍ୱର ରାଓ ଓ ମା ବି .ରମାଦେବୀ ଙ୍କ ଝିଅ ଅଟନ୍ତି । ସେ ନିଜର ସ୍କୁଲ କ୍ୟାରିୟର ବିଷମକଟକ ନିୟୁ ଲାଇଫ ଇଂଲିଶ ମିଡ଼ିଅମ ସ୍କୁଲ ରେ ଅଧ୍ଯୟନ ପରେ ଯୁକ୍ତ ଦୁଇ ବିଶାଖାପାଟଣା ସ୍ଵ।ସ୍କୃତି ଗ୍ଲୋବାଲ୍ ବିଦ୍ୟାଳୟ ରେ ଅଧ୍ଯୟନ କରି ସେଠାରୁ ଚେଶ୍ ବକ୍ସିଂ ପାଇଁ କଚିଙ୍ଗ ନେଇଥିଲେ । ସୂଚନା ଥାଉକି: ସେ ୨୦୨୨ ମସିହାର ତୁର୍କୀ ଦେଶର ଆଣ୍ଟଲ୍ୟ। ସହରରେ ଆୟୋଜିତ ଚତୁର୍ଥ ୱାର୍ଲଡସ୍‌ ଚେସ ବକ୍ସିଙ୍ଗ ଟର୍ଣ୍ଣ।ମେଣ୍ଟ ରେ ଜୁନିୟର ୪୫ କିଲୋ ବର୍ଗରେ ସ୍ଵର୍ଣ ପଦକ ଜିତି ସେ ଗୌରବ ଆଣିଥିଲେ ।

ତାଙ୍କର ଏହି ସଫଳତା ପାଇଁ ତାଙ୍କୁ ଓ ତାଙ୍କ ପରିବାର ବର୍ଗକୁ ଚାରିଆଡୁ ଶୁଭେଚ୍ଛା ର ସୁଅ ଛୁଟୁଥିଲା । ଚେସ୍ ବକ୍ସିଂ ଭଳି କ୍ଷେତ୍ରରେ ଅନ୍ୟ ରାଜ୍ୟରୁ ଖେଳି ଗୌରବ ଆଣିଥିବା ଝିଅ କୁ ଅନ୍ୟ ରାଜ୍ୟରେ ସ୍ଵାଗତ ଜଣାଇ ଅଭିନଦନ ଜଣାଇ ଥିବା ବେଳେ ଆମ ରାଜ୍ୟ, ଜିଲ୍ଲା, ଗାଆଁ ରେ ଦୃଷ୍ଟି ନ ଦେବା ଏକ ପ୍ରଶ୍ନ ବାଚୀ ସୃଷ୍ଟି କରିଛି । ଆଗମୀ ଦିନରେ ଏହା ଯୁବପିଢୀ ଉପରେ ପ୍ରଭାବ ପକାଇବ ତାହା ତିଲେ ମାତ୍ର ସନ୍ଦେହ ନାହିଁ । ଏମିତି ପ୍ରତିଭାକୁ ନଜର ଅନ୍ଦାଜ୍ କରିବା ରାଜ୍ଯ, ଜିଲ୍ଲା ଓ ଗ୍ରାମ ପ୍ରଶାସନ ର ପ୍ରତିଭା ଚୟନ ପକ୍ରିୟାରେ ସାଧାରଣ ଜନତା ମନରେ ପ୍ରଶ୍ନ ବାଚି ସୃଷ୍ଟି କରିଛି ।