ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ

0
63
ଅଜଣା ଗାଡ଼ି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦୁଝର, (୦୪/୦୯) : କେନ୍ଦୁଝର ଜିଲ୍ଲା ୨୦ ନମ୍ବର ଜାତୀୟ ରାଜପଥର ଢେଙ୍କିକୋଟ ଟୋଲ ଗେଟ୍ ନିକଟରେ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି ।

ମୃତ ଯୁବକ ନିକଟସ୍ଥ ଖଣ୍ଟଘର ଗ୍ରାମର ଦୁଷ୍ମନ୍ତ ନାୟଙ୍କ ପୁଅ ମୁକୁନା ନାୟକ ବୋଲି ଜଣାପଡିଛି । ଗତ ବିଳମ୍ବିତ ରାତିରେ ଟୋଲ ଗେଟ୍ ର ଓଜନ କଣ୍ଟା ନିକଟରେ ତାଙ୍କୁ କୌଣସି ଏକ ଗାଡି ଧକ୍କା ଦେଇଥିଲା । ସେ ସେଠାରେ ସଂଜ୍ଞାହୀନ ଅବସ୍ଥାରେ ପଡିରହିଥିଲେ । ଟୋଲ୍ ଗେଟ୍ କର୍ମଚାରୀ ଏହା ଦେଖି ଢେଙ୍କିକୋଟ ଫାଣ୍ଡି କୁ ସୂଚନା ଦେବା ସହ ତୁରନ୍ତ ଯୁବକଙ୍କୁ ଉଦ୍ଧାର କରି ଘଟଗାଁ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତାଙ୍କର ଛାତି ରେ ମାଡ ହୋଇଥିବା ବେଳେ ଗୋଟିଏ ଗୋଡ ମଧ୍ୟ ଭାଙ୍ଗି ଯାଇଛି । ଖବର ପାଇ ପୋଲିସ ଘଟଣା ର ତଦନ୍ତ ଜାରି ରଖିଛି ।