କାମତା ଅଙ୍ଗନବାଡି କେନ୍ଦ୍ରରେ ପୋଷାକ ବଣ୍ଟନ

0
106
କାମତା

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୬/୯) : ବୋରିଗୁମ୍ମା ବ୍ଳକ୍ ଅନ୍ତର୍ଗତ କାମତା ଗ୍ରାମର ୧ ନମ୍ବର ଓ ୨ ନମ୍ବର ଅଙ୍ଗନବାଡ଼ି କେନ୍ଦ୍ର ଦ୍ଵାରା ମିଳିତ ଭାବେ ପୋଷାକ ବଣ୍ଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

୧ ନମ୍ବର ଅଙ୍ଗନବାଡି କେନ୍ଦ୍ରରେ ୧୬ ଜଣ ବାଳିକା ଓ ୧୮ ଜଣ ବାଳକଙ୍କୁ ୨ ହଳ ଲେଖାଏଁ ପୋଷାକ ବଣ୍ଟନ କରାଯାଇଥିବା ବେଳେ ୨ ନମ୍ବର ଅଙ୍ଗନବାଡ଼ି କେନ୍ଦ୍ର ଦ୍ଵାରା ୧୩ ଜଣ ବାଳିକା ଓ ୨୦ ଜଣ ବାଳକଙ୍କୁ ହଳ ଲେଖାଏଁ ମାଗଣା ପୋଷାକ ପ୍ରଦାନ କରାଯାଇଛି । ଏହି ପୋଷାକ ବିତରଣ ଉତ୍ସବରେ କାମତା ଅଞ୍ଚଳର ବିଶିଷ୍ଟ ସ୍ଵେତ୍ସାସେବୀ ଶ୍ରୀ ଭାସ୍କର ଭଟ୍ଟ ମୁଖ୍ୟ ଅତିଥି ରୁପେ ଯୋଗ ଦେଇଥିବା ବେଳେ ୧ ନମ୍ବର କେନ୍ଦ୍ରର ଅଙ୍ଗନବାଡ଼ି କର୍ମୀ ଲଛମା ମଣ୍ଡଳ, ୨ ନମ୍ବର କେନ୍ଦ୍ରର ଅଙ୍ଗନବାଡି କର୍ମୀ ସୁନାମଣି ଜାନୀ ଓ ସହାୟିକା ମୀନା ପାଇକ ଓ ଅଭିଭାବକ ମାନେ ଉପସ୍ଥିତ ଥିଲେ ।