SSVM ପକ୍ଷରୁ ଜନ୍ମାଷ୍ଟମୀ ଉତ୍ସବ ପାଳନ

0
82
SSVM

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୦୬/୦୯) : ରାୟଗଡ଼ା ଗାୟତ୍ରୀ ନଗର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି ।WhatsApp Image 2023-09-06 at 17.21.38

ଶିଶୁ ମନ୍ଦିର ପରିଚାଳନା ସମିତି ର କୋଷାଧ୍ୟକ୍ଷ ଶ୍ରୀ ସଂଜିବ କୁମାର ଦାଶଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ର ବିବିଧ କ୍ଷେତ୍ର ଭାରତୀୟ ମଜଦୁର ସଂଘର ରାଜ୍ଯ ସଂପାଦକ ଶ୍ରୀ ଯୋଗେଶ୍ଵର ଦାସ, ସମ୍ମାନୀୟ ଅତିଥି ଭାବେ ତଥା ଶିଶୁ ବିଦ୍ୟା ମନ୍ଦିର ପରିଚାଳନା ସମିତି ର ସଦସ୍ୟା ଶ୍ରୀମତୀ ପ୍ରଣିତା ନାୟକ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ଯୋଗେଶ୍ୱର ଦାସ ପ୍ରଦୀପ ପ୍ରଜ୍ବଳନ କରି ଉପସ୍ଥିତ ସମସ୍ତ ଶିଶୁ ଭାଇ ଭଉଣୀ ମାନଙ୍କୁ ଜନ୍ମାଷ୍ଟମୀ ଉତ୍ସବ ପାଳନ ର ମହତ୍ୱ ଉପରେ ମାର୍ଗଦର୍ଶନ କରିବା ସହିତ ଶିଶୁ ମାନଙ୍କ ମନରେ ଦେଶ ଭକ୍ତି ଭାବନାକୁ ଜୀବନ ର ଶ୍ରେୟ କରାଇବା ଏବଂ ଭଗବାନ ଶ୍ରୀକୃଷ୍ଣଙ୍କ ମୁଖାରବିନ୍ଦରୁ ସଞ୍ଚାରିତ ଅମୃତ ଧାରା ପରି ଏହି ଭବ୍ୟ କାର୍ଯ୍ୟକ୍ରମ କୁ ଆଗେଇ ନେଇଥିଲେ ।

ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସୁଧିର କୁମାର ନେଗୀ ଉପସ୍ଥିତ ରହି ଅତିଥିମାନଙ୍କ ର ପରିଚୟ ପ୍ରଦାନ କରିଥିଲେ । ଉପସ୍ଥିତ ପରିଚାଳନା ସମିତି ର କାର୍ଯ୍ୟ କର୍ତ୍ତାମାନେ ନିଜ ବକ୍ତବ୍ୟରେ ଆଜିର ଉତ୍ସବ ର ମହତ୍ୱ ବିଷୟରେ ସମସ୍ତ ଶିଶୁ ଭାଇ ଭଉଣୀ ମାନଙ୍କୁ ଆଶିର୍ବଚନ ପ୍ରଦାନ କରିଥିଲେ । ଉତ୍ସବ ରେ ଶିଶୁ ପ୍ରାରମ୍ଭ, ଶିଶୁ ବୋଧ ଓ ପ୍ରଥମ ଶ୍ରେଣୀର ଛାତ୍ର ଛାତ୍ରୀ ମାନେ କୃଷ୍ଣ ବେଶରେ ଉପସ୍ଥିତ ରେ ଏକ ବର୍ଣ୍ଣାଢ୍ୟ ପରିବେଶ ସୃଷ୍ଟି ହୋଇଥିଲା । ପବିତ୍ର ବାତାବରଣ ମଧ୍ୟରେ ସମସ୍ତ କାର୍ଯ୍ୟ ସଂପାଦିତ ହୋଇଥିଲା ।

ଏହି ଉପଲକ୍ଷେ ବିଦ୍ୟାଳୟ ର ଛାତ୍ର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଆୟୋଜିତ ବିଭିନ୍ନ ସାଂସ୍କୃତିକ ଏବଂ ଭଗବାନ ଶ୍ରୀକୃଷ୍ଣଙ୍କ ବେଶ ରେ ପ୍ରଦର୍ଶନ ରେ ଯୋଗଦାନ କରିଥିବା ଛାତ୍ର ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଥିଲା । ଉକ୍ତ ଉତ୍ସବ କାର୍ଯ୍ୟକ୍ରମରେ ଶିଶୁ ଭାଇ ଭଉଣୀ ମାନଙ୍କ ଦ୍ଵାରା ସଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ, ଅଭିଭାବକ ଏବଂ ସମସ୍ତ ଗୁରୁଜୀ ଗୁରୁମା ମାନେ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଉପସ୍ଥିତ ସମସ୍ତ ଗୁରୁଜୀ ଗୁରୁମା ମାନେ ପରିଚାଳିତ କରିଥିଲେ । ଶେଷରେ ବିଦ୍ୟାଳୟ ଗୁରୁଜୀ ଶ୍ରୀ ଶ୍ରୀକାନ୍ତ ରାଉତ ଉପସ୍ଥିତ ସମସ୍ତ ଛାତ୍ର ଛାତ୍ରୀ, ଅତିଥି ଏବଂ ଅଭିଭାବକ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।