ଯୁବକଙ୍କ ମୃତ ଦେହ ଉଦ୍ଧାର ହତ୍ୟା ନା ଆତ୍ମହତ୍ୟା ?

0
125
ଯୁବକଙ୍କ ମୃତ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୧୧/୯) : ଝୁଲନ୍ତା ମୃତ ଦେହକୁ ଉଦ୍ଧାର କଲା ପୁଲିସ ହତ୍ୟା ନା ଆତ୍ମହତ୍ୟା ସନ୍ଦେହ ଘେରରେ ।

ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସେରିଗୁମ୍ମା ପଞ୍ଚାୟତର ଦେଉଳବାଡି ଗାଁ’ର ନିଖୋଜ ଯୁବକ ଡ୍ରିବି ମିଣିଆକା (୪୦) ରଜୁଳନ୍ତା ମୃତ ଦେହ ପୁଲିସ ଉଦ୍ଧାର କରି ଥିବା ଜଣାପଡିଛି । ସୂଚନା ଅନୁଯାଇ ଚଳିତ ମାସ ୮ ତାରିଖ ଦିନ ମୃତ ଡ୍ରିବି ମିଣିଆକା ଦେଉଳବାଡି ଗାଁ’ରୁ ସେରିଗୁମ୍ମାକୁ ସାର ଆଣିବାକୁ ଯାଇଥିଲା । ସେହିଠାରେ ସାର ନ ମିଳିବାରୁ ଡ୍ରିବି ଏକ କମାଣ୍ଡର ଚାଳକକୁ ୪୦୦ ଟଙ୍କା ଦେଇ ସିକରପାଇ ଠାରୁ ସାର ଆଣିଦେବା ପାଇଁ କହିଥିଲେ । ବିଳମ୍ବିତ ରାତି ପର୍ଯ୍ୟନ୍ତ ଡ୍ରିବି ଘରକୁ ନ ଫେରିବାରୁ ପରିବାର ଲୋକେ କାକୁର୍ତ୍ତି ହୋଇ ସାହି ପଡିଶା ଓ ସମ୍ପର୍କୀୟ ମାନଙ୍କୁ କହି ରାତି ଠାରୁ ସବୁ ଆଡେ ଖୋଜାଖୋଜି କରିଥିଲେ । ତାପର ଦିନ ୯ତାରିଖ ସନ୍ଧ୍ୟା ରେ ଡ୍ରିବିର ମୃତ ଦେହ ଗାଁ ନିକଟସ୍ଥ ତେନ୍ତୁଳି ଗଛରେ ଝୁଲି ରହିଥିବା କିଛି ଲୋକ ଦେଖି ପରିବାର କୁ ଜଣାଇଥିଲେ । ଏହାପରେ ସ୍ଥାନୀୟ ପୁଲିସ କୁ ସୂଚନା ଦେଇଥିଲେ ।

ଉକ୍ତ ଖବର ପାଇ ସ୍ଥାନୀୟ ପୁଲିସ ଅଧିକାରିଣୀ ସୁମନ୍ତି ମହାନ୍ତି ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରିଥିଲେ । ଗ୍ରାମବାସୀ କହିବା ଅନୁଯାୟୀ ମୃତ ଡ୍ରିବିର ପାଟିରୁ ଦାନ୍ତ ବାହାର କରି ପାଟିରେ ପଥର ପୁରାଇ ମାଟି ଲେସି ହୋଇଥିବା ବେଳେ ଦେହରେ କ୍ଷତାକ୍ତ ହୋଇଛି । ତେଣୁ ହତ୍ୟା ନା ଆତ୍ମହତ୍ୟା ହୋଇଛି ବୋଲି ଗ୍ରାମବାସୀ ସନ୍ଦେହ ଘେରରେ ରହିଛନ୍ତି । ମୃତ ବ୍ୟକ୍ତିଙ୍କ ଦୁଇ ପୁଅ ଦୁଇ ଝିଅ ରହିଥିବା ଜଣାପଡିଛି ।

ଏ ସମ୍ପର୍କରେ ଥାନା ଅଧିକାରୀଣି ସୁମନ୍ତି ମହାନ୍ତି ଙ୍କୁ ଯୋଗାଯୋଗ କରିବାରୁ ଫୋନ ଟେକି ନ ଥିଲେ ପୁନର୍ବାର ଯୋଗାଯୋଗ କରିବାରୁ ତାଙ୍କ ଇନ କଲ କମିଙ୍ଗ ନାହିଁ ବୋଲି କହୁଛି । ଯେ କୌଣସି ସୂଚନା ପାଇଁ ଯୋଗା ଯୋଗ କଲେ ଗଣମାଧ୍ୟମ କୁ ସୂଚନା ଦେବାକୁ କାହିଁ କୁଣ୍ଠାବୋଧ ଥାନା ଅଧିକାରୀ । ଘଟଣା ସ୍ଥଳକୁ ଆସିଥିବା ସାଣ୍ଟିଫିକ ଦଳ ର ତଦନ୍ତ କାରୀ ଙ୍କୁ ପଚାରିବାରୁ ଆମେ ସୂଚନା ଦେଲେ ଠିକ ହେବ ନାହିଁ ଥାନା ଅଧିକାରୀ ଙ୍କୁ ପଚାର ବୋଲି କହିଛନ୍ତି ।