ପ୍ରବଳ ବର୍ଷା ଯୋଗୁ ବଲାଙ୍ଗିରରେ ସବୁ ସ୍କୁଲ ଛୁଟି

0
64
ପ୍ରବଳ ବର୍ଷା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗିର, (୧୪/୦୯) : ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା। କେଉଁଠି ପୋଲ ବୁଡିଲାଣି ତ ଆଉ କେଉଁଠି କାନ୍ଥ ଭୁଷୁଡିଲାଣି ।

ସେହିପରି ବଲାଙ୍ଗିରରେ ଜାରି ରହିଛି ଲଗାଣ ବର୍ଷା । ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାର ସମସ୍ତ ବିଦ୍ୟାଳୟ ଏବଂ ଅଙ୍ଗନବାଡି କେନ୍ଦ୍ର ଛୁଟି ଘୋଷଣା କଲେ ଜିଲ୍ଲାପାଳ । ପ୍ରଶାସନ ପକ୍ଷରୁ ପ୍ରବଳ ବର୍ଷା ଓ ବନ୍ୟା ଆଶଙ୍କାରେ ଟୋଲ ଫ୍ରି ନଂ ଜାରି କରାଯାଇଛି । ଆଜି ଆହୁରି ଘନିଭୂତ ହେବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ ଆହୁରି ୨ ଦିନ ଏଭଳି ବର୍ଷା ଲାଗି ରହିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଆଜି ଦକ୍ଷିଣ ଓ ଆଭ୍ୟନ୍ତରିଣ ଓଡ଼ିଶାର ୧୭ ଜିଲ୍ଲାକୁ ଆଲର୍ଟ କରାଯାଇଛି । ୧୦ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଥିବା ବେଳେ ୭ ଜିଲ୍ଲାକୁ ୟଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ପାଣିପାଗର ପୂର୍ବାନୁମାନ ପରେ ସ୍ବତନ୍ତ୍ର ରିଲିଫ କମିସନରଙ୍କ ପକ୍ଷରୁ ମଧ୍ୟ ପରାମର୍ଶ ଜାରି ହୋଇଛି । ଜିଲ୍ଲାପାଳ ମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯିବା ସହ ବିପର୍ଯ୍ୟୟକୁ ମୁକାବିଲା ପାଇଁ ପ୍ରସ୍ତୁତ ରିହବାକୁ କୁହାଯାଇଛି ।