ଭୁଶୁଡିଲା ସ୍କୁଲ୍ : ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତିଗଲେ ପଚାଶ ଛାତ୍ର ଛାତ୍ରୀ

0
52
ଭୁଶୁଡିଲା ସ୍କୁଲ୍

ରିପୋର୍ଟ : ବିଭୂତି ଲହରିଆ
ବାଲିଗୁଡା, (୧୩/୯) : କନ୍ଧମାକ ଜିଲ୍ଲା ବାଲିଗୁଡା ରେ ଅଭାବନୀୟ ଘଟଣା ଘଟିଛି l ବାଲିଗୁଡା ବ୍ଳକ୍ ଅନ୍ତର୍ଗତ ସିନ୍ଦ୍ରିଗାଁ ଗ୍ରାମ ପଞ୍ଚାୟତ ର କିଲୁପଡ଼ା ରେ ଭୁଶୁଡ଼ିଲା ସ୍କୁଲ୍ ଗୃହ l

ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି ପଚାଶ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ l ଆଜି ଦିନ ଦଶଟା ବେଳେ ସ୍କୁଲକୁ ଯାଇ ଫାଟକ ନିକଟ ରେ ସ୍କୁଲ ର ଶିକ୍ଷକ ଙ୍କୁ ଅପେକ୍ଷା କରିଥିଲେ ଛାତ୍ର ଛାତ୍ରୀ l ପ୍ରାଥମିକ ଶିକ୍ଷକ ଙ୍କ ତିନି ଦଫା ଆନ୍ଦୋଳନ ଚାଲିଥିବାରୁ ଶିକ୍ଷକ ମାନେ ବିଇ ଓ ଅଫିସ୍ ରେ ଧର୍ମଘଟ ରେ ବସି ରହିଥିଲେ l ଏହି ସମୟ ରେ ସ୍କୁଲ୍ ର ଶ୍ରେଣୀ ଗୃହ ହଠାତ୍ ଭୁଶୁଡ଼ି ପଡ଼ିଥିଲା l ସ୍କୁଲ୍ ର ଶ୍ରେଣୀ ଗୃହ ଟି ପରିତ୍ୟକ୍ତ ଅବସ୍ଥାରେ ରହିଥିଲା l

ବିପଦ ସଙ୍କୁଳ ଅବସ୍ଥା ରେ ସ୍କୁଲ୍ ରେ ପାଠ ପଢା ଚାଲୁ ରହିଥିଲା l ଏନେଇ ସ୍କୁଲ୍ ର ପ୍ରଧାନ ଶିକ୍ଷକ ସମେତ ଗ୍ରାମବାସୀ ସିନ୍ଦ୍ରିଗାଁ ସରପଞ୍ଚ, ବିଇଓ, ବିଡ଼ିଓ ଙ୍କୁ ପୂର୍ଵ ରୁ ଲିଖିତ ଅଭିଯୋଗ କରିଥିଲେ l ଆଜି ସୌଭାଗ୍ୟ ବଶତଃ ପଚାଶ ଶିଶୁ ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି l ବିପଦ ସଂକୁଳ ଶ୍ରେଣୀ ଗୃହ ସମ୍ପର୍କ ରେ ବାଲିଗୁଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ୍ୱର ମାଝୀ ବାଲିଗୁଡା ବିଡ଼ିଓ ଙ୍କୁ ଅବଗତ କରିଥିଲେ ବୋଲି କହିଛନ୍ତି l