ମା ଗଜଲକ୍ଷ୍ମୀ ପୂଜା ନିମନ୍ତେ ଶୁଭ ଖୁଣ୍ଟି ସ୍ଥାପନ

0
54
ମା ଗଜଲକ୍ଷ୍ମୀ

ରିପୋର୍ଟ : ନରୋତ୍ତମ ପାଢ଼ୀ
ବିଷମ କଟକ, (୨୮/୯) : ଚଳିତ ଗଜଲକ୍ଷ୍ମୀ ପୂଜା ଉପଲକ୍ଷେ ରାୟଗଡ଼ା ଜିଲ୍ଲାର ପ୍ରସିଦ୍ଧ ବିଷମକଟକ ଗଜଲକ୍ଷ୍ମୀ ପୂଜା ମଣ୍ଡପ ଠାରେ ଆଜି ଶୁଭଖୁଣ୍ଟି ସ୍ଥାପନା ହୋଇଯାଇଅଛି l

ଆଗାମୀ ଅକ୍ଟବର ୨୮ ତାରିଖରେ ହେବାକୁ ଥିବା ମାଁ ଗଜଲ୍କକ୍ଷ୍ମୀ ମାଁଙ୍କ ପୂଜା ଆରାଧନା ରହିଅଛି l ଏହାକୁ ଦୃଷ୍ଟିରେ ରଖି ଆଜି ବିଷମକଟକ ଗଜଲକ୍ଷ୍ମୀ ପୂଜା କମିଟି ଶୁଭଖୁଣ୍ଟି ସ୍ଥାପନ କରିଛନ୍ତି l ପ୍ରତ୍ୟକ ବର୍ଷ ମାଁଙ୍କ ପୂଜା ବିଷମକଟକ ଅଞ୍ଚଳରେ ଅତି ଧୁମ୍ ଧାମରେ ପାଳନ କରାଯାଏ l ଏ ବର୍ଷ ଅତି ଧୁମ୍ ଧାମରେ ସହ ମହା ଆଡମ୍ବରରେ ପାଳନ କରାଯିବ ବଲି ପୂଜକମିଟି ତରଫରୁ ସୂଚନା ମିଳିଛି l ମାଙ୍କ ପୂଜାରେ ପ୍ରତ୍ୟକ ବର୍ଷ ଅନେକ ମେଲୋଡି କାର୍ଯ୍ୟକ୍ରମ ଗୁଡିକ ଦର୍ଶକଙ୍କ ମନମହିଥିବା ବେଳେ, ଚଳିତ ବର୍ଷ ଓଲିଉଡ୍ ଜଗତର ସୁନାମଧନ୍ୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମେଲୋଡି ରହିଥିବା କମିଟି ତରଫରୁ ଜଣାପଡିଛି l ଆଜିର ଏହି ଶୁଭଖୁଣ୍ଟି ସ୍ଥାପନ ସମୟରେ ପୂଜା କମିଟିର ସମସ୍ତ ସଦସ୍ୟ ବୃନ୍ଧ ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିବା ଦେଖିବାକୁ ମିଳିଛି l